(ଟୁକୁନା ଖରା)ନବରଙ୍ଗପୁର: ଆଜି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରବ୍ୟାପି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବନ୍ଦର ପ୍ରଭାବ ନବରଙ୍ଗପୁରରେ ମଧ୍ୟ ଦେଖିବାକୁ ମିଳିଛି।ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସାମରେ ଏନଆରସି ପାଇଁ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଏସସି,ଏସଟି ଓ ଓବିସି ଲୋକ ଏବଂ ୫ଲକ୍ଷ ରୁ ଉର୍ଦ୍ଧ୍ବ ମୁସଲମାନ ବେଘର ହୋଇ ସାମ୍ବିଧାନିକ ଅଧିକାର ହରାଇଛନ୍ତି।କେନ୍ଦ୍ର ସରକାର ଦେଶରେ ହିଟଲର ଶାସନ, ଲାଠିଚାର୍ଜ ଓ ଗୁଳି ଚଳାଇ ଅରାଜକତା ସୃଷ୍ଟି କରି ଭାଇଚାର ନଷ୍ଟ କରୁଛନ୍ତି।ଭାରତ ସରକାରଙ୍କ ସିଏଏ, ଏନଆରସି ଏବଂ ଏନଆରପି କୁ ଦୃଡ଼ ନିନ୍ଦା କରିଛନ୍ତି ବହୁଜନ କ୍ରାନ୍ତି ମୋର୍ଚ୍ଚା।ଏପରି ଅନେକ ଦାବି ନେଇ ଆଜି ନବରଙ୍ଗପୁର ରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ନାରା ଦେଇ ଦୋକାନ ବଜାର ବନ୍ଦ କରି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।