ପିଲାଙ୍କୁ ଦିଆଯିବ କରୋନାର ବୁଷ୍ଟର ଡୋଜ୍‌!

ମହାମାରୀ କରୋନା ବିରୋଧରେ ୨ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ ମଧ୍ୟ ଦିଆଯାଇପାରେ ଟିକାର ବୁଷ୍ଟର ଡୋଜ୍‌।

(ଦିଲ୍ଲୀ) : ମହାମାରୀ କରୋନା ବିରୋଧରେ ୨ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କୁ ମଧ୍ୟ ଦିଆଯାଇପାରେ ଟିକାର ବୁଷ୍ଟର ଡୋଜ୍‌। ବୁଷ୍ଟର ଡୋଜ୍‌ର ପରୀକ୍ଷଣ ପାଇଁ ଅନୁମତି ମାଗିଛି ଭାରତ ବାୟୋଟେକ।

ଛୋଟ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ବୁଷ୍ଟର ଡୋଜ୍‌ ପରୀକ୍ଷଣ ପାଇଁ ଭାରତ ବାୟୋଟେକ ଡିସିଜିଆଇକୁ ଚିଠି ଲେଖି ଅନୁମତି ଲୋଡ଼ିଛି।

ସୂଚନାନୁଯାୟୀ , ଗତ ମାସରେ ଡିସିଜିଆଇ କୋଭାକ୍ସିନ ଟିକାକୁ ୬ରୁ ୧୨ ବର୍ଷ ପିଲାଙ୍କ କ୍ଷେତ୍ରରେ ସର୍ତ୍ତମୂଳକ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେହିପରି ୨୦୨୧ ଡିସେମ୍ବର ମାସରୁ ସରକାର କୋଭାକ୍ସିନକୁ ୧୨ରୁ ଅଧିକ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି।