ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ବନ୍ଦ

(ରିପୋର୍ଟରସ ଟୁଡେ,ଭଦ୍ରକ): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ସେଠାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗତକାଲି ରାତି ୮ଟାରୁ ଓପିଡି ସେବା ବନ୍ଦ ରଖାଯାଇଛି ଏବଂ ଏହା ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୁଚନା ରହିଛି ।
ସୁଚନା ଅନୁଯାୟୀ ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏପରି ନିଷ୍ପତି ନିଆଯାଇଛି । ଏହା ବ୍ୟତୀତ ଓପିଡିରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ଆଶୁ ବିଭାଗ ଓ ସର୍ଜରୀ ବିଭାଗରେ ଚିକିତ୍ସାବା କରାଯିବାର ବ୍ୟବସ୍ଥା କରାଯାଇଛି । ଏନେଇ ସିଡିଏମଓ ସୁଚନା ଦେଇଛନ୍ତି ।