(ଖଗେଶ୍ୱର ପିଙ୍ଗୁୁଅ/ ପାଲଲହଡା): ଆଜି ସାରାଵିଶ୍ୱ କରୋନା ମହାମାରି ଵିପକ୍ଷରେ ସଂଘର୍ଷ କରୁଥିବାଵେଳେ ସାଧାରଣ ଖାଉଟି ଠାରୁ ଆରମ୍ଭ କରି ଶିଳ୍ପଜଗତ ପର୍ୟ୍ୟନ୍ତ କେହିବି ଏହାର ପ୍ରକୋପ ରୁ ବାଦ୍ ପଡିନାହାନ୍ତି ।
ଏ ପରିପେକ୍ଷିରେ ରାଜ୍ୟର ଆର୍ଥିକମାନଦଣ୍ଡରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିବା ଵିଦେଶି ମଦ ଉପରେ ମଧ୍ୟ ଏହାର ପ୍ରଭାଵ ପଡିଛି ।ଦୀର୍ଘ ୪ମାସ ର ଲକ୍ଡାଉନ ଓ ସଟଡାଉନ ର ଲୁଚକାଳି ଭିତରେ ଦୋକାନ ବଜାର ବନ୍ଦ ରହିବା ଫଳରେ ସହର ର ପ୍ରମୁଖ ମଦ ଦୋକାନମାନଙ୍କରେ ଥିବା ଷ୍ଟକ କୁ ସାରିପାରିନାହାନ୍ତି ଫଳରେ ମଦ ଦୋକାନମାଲିକ ମାନେ ଵ୍ୟାପକ ଆର୍ଥିକ କ୍ଷତି ସହିବାର ସମ୍ଭାଵନା ରହୁଥିବାରୁ ,ଏହାକୁ ଲକ୍ଷକରି ଓଡିଶା ଅବକାରୀ ଵିଭାଗ ଆଇନ୍ ରେ ସାମାନ୍ୟ ପରିଵର୍ତନ ଆଣିଛନ୍ତି ।ଯାହାକି ଵିୟର ଉପରେ ଥିବା ୬ ମାସର ଅଵଧି କୁ ବଢାଇ ୯ମାସ କରିଛନ୍ତି ।ଏଣୁ ଗ୍ରାହକ ଏହାକୁ ଊବଗ୍ଧର କ୍ଟଲ ରଙ୍ଘକ୍ଟ୍ରସକ୍ସର ଠାରୁ ଅଧିକ ୩ମାସ ପର୍ୟ୍ୟନ୍ତ ଵ୍ୟବହାର କରିପାରିଵେ ଵୋଲି ସୂଚନା ଦେଇଛନ୍ତି ଓଡିଶା ଅବକାରି ଵିଭାଗ ।