ଖୋଲିଲା ବାପୁଜୀନଗର ମାର୍କେଟ

(ରିପୋଟର୍ସ ଟୁଡ/ଭୁବନେଶ୍ୱର): ସାମାଜିକ ଦୂରତା ନିୟମ ଉଲଙ୍ଘନ ଅଭିଯୋଗରେ ଗତ ୧୨ ତାରିଖରେ ବିଏମସି ପକ୍ଷରୁ ବାପୁଜୀନଗର ମାର୍କେଟକୁ ସିଲ କରାଯାଇଥିଲା । ଆଜି କଟକଣା ସହ ଖୋଲିଛି ବାପୁଜୀନଗର ମାର୍କେଟ । ସ୍ୱତନ୍ତ୍ର ଏସଓପି ସହ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମସି । ନିର୍ଦ୍ଦେଶ ଅନୁସାରେ ଦୋକାନ ଭିତରେ ସାମାଜିକ ଦୂରତା ଅବଲମ୍ବନ କରିବେ । ଗ୍ରାହକମାନେ ମଧ୍ୟ ସାମଜିକ ଦୂରତା ଅବଲମ୍ବନ କରିବେ । ଯେଉଁ ଗ୍ରାହକ ନିୟମ ଉଲଙ୍ଘନ କରିବେ ତାଙ୍କୁ ଜିନିଷ ନ ଦେବାକୁ କୁହାଯାଇଛି । ଦୋକାନ ବାହାରେ ବିକ୍ରି ସାମଗ୍ରୀ ପ୍ରଦର୍ଶନ ନ କରିବାକୂ ଏସଓପି ନିର୍ଦ୍ଦେଶ ରହିଛି । ଏହା ସହ ଦୋକାନର ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋକାନ ଗୁଡିକ ସକାଳ ୭ଟା ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଘଟଣାନୁଯାୟୀ , ଗତ ମେ ୧୨ ତାରିଖରେ ବାପୁଜୀନଗର ମାର୍କେଟ ପରିସରରେ ଲୋକମାନେ ସାମଜିକ ଦୂରତା ଅବଲମ୍ବନ ନ କରି ଶହ ଶହ ଲୋକ ଏକାଠି ଜିନିଷ କିଣୁଥିଲେ । ଖବର ପାଇଁ ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଏଭଳି ଲକଡାଉନ ନିୟମ ଉଲଙ୍ଘନ କରି ଜିନିଷ କିଣିବା ନଜରକୁ ଆସିଥିଲା । ତା ପରେ ଅନିର୍ଦ୍ଧିଷ୍ଠକାଳ ପର୍ଯ୍ୟନ୍ତ ବାପୁଜୀନଗର ମାର୍କେଟକୁ ବନ୍ଦ ଘୋଷଣା କରାଯାଇଥିଲା । ତେବେ ଆଜି ବାପୁଜୀନଗର ମାର୍କେଟରେ ଥିବା ଜରୁୁରୀ ସାମଗ୍ରୀ ଦୋକାନକୁ ଛାଡିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ବୋଲି କହିଛନ୍ତି ।