(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବଢି ଚାଲିଛି । ଗତ ୧୧ ବର୍ଷ ମଧ୍ୟରେ ସାରା ଦେଶରେ ମୋଟ ୫୩,୩୩୪ଟି ବ୍ୟାଙ୍କ ଠକେଇ ହୋଇଥିôଛି । ଏଥିରେ ମୋଟ ୨ ଲକ୍ଷ କୋଟି ଟଙ୍କା ହୋଇଥିôବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଇସିଆଇସିଆଇ ବ୍ୟାଙ୍କରେ ମୋଟ ୬୮୧୧ଟି ଠକେଇ ମାମଲା ସାମନାକୁ ଆସିଥିôବା ବେଳେ ଏହା ପଛକୁ ରହିଛି ଷ୍ଟେଟ ବ୍ୟାଙ୍କ । ଗତ ୨୦୧୮-୧୯ ବର୍ଷରେ ଦେଶରେ ୬୮୦୦ଟି ବ୍ୟାଙ୍କ ଠକେଇ ମାମଲା ହୋଇଛି । ଏହି ଠକେଇଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୭୧,୫୦୦ କୋଟି ଟଙ୍କା ହେବ । ୨୦୧୭-୧୮ରେ ୪୧,୧୬୭ କୋଟି ଟଙ୍କା ମୂଲ୍ୟର ମୋଟ ୫୯୧୬ ଟି ବ୍ୟାଙ୍କ ଠକେଇ ମାମଲା ଜଣାପଡିଥିଲା ।
ସୂଚନା ଯୋଗ୍ୟ: ଗତ ବର୍ଷ ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପ୍ରାୟ ୧୩ ହଜାର କୋଟି ଟଙ୍କାର ଏକ ବଡ଼ ଠକେଇ ଜଣାପଡିଥିଲା । ଏହି ମାମଲାରେ ଦୁଇ ଅଭିଯୁକ୍ତ ନିରବ ମୋଦି ଓ ମେହୁଲ ଚୋକସୀ ଏବେ ଫେରାର ଅଛନ୍ତି ।