ଅଚାନକ ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ ରଇପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମର ଜଣଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା।
(ଚଣ୍ଡିଖୋଲ) : ଅଚାନକ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ ରଇପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମର ଜଣଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ବରୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ରଇପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମର ବିକଳୀ ସାହୁଙ୍କ ପରିବାର ଲୋକେ ଶୋଇଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଘରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ନିଆଁ ଦ୍ରୁତ ଗତିରେ ଘର ସାରା ବ୍ୟାପି ଯାଇଥିଲା। ଫଳରେ ଘରର ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି।