ମାଇଲେଜ୍ ନେବାକୁ ବିଜେଡି ନେତାଙ୍କ ଭିତରେ ଟଣା ଓଟରା । ପୁଣି ଜଳ ଜଳ ପଦାକୁ ଦିଶିଲା ଡାନି ଓ ବବିଙ୍କ ଭିତରେ ଥିବା ଫାଟ । ଗତ ୧୬ ତାରିଖରେ ହୋଇଥିବା ଲୋକସେବା ଭବନ ଘେରାଉ କାର୍ୟ୍ୟକ୍ରମରେ ବିଜେଡି ନେତା ଡାନି ସବୁ ମାଇଲେଜ ନେଇଯିବେ । ସେଥିଲାଗି ବବି ଖଳିଛନ୍ତି ମାଷ୍ଟଷ୍ଟ୍ରୋକ୍ । ପ୍ରତିବାଦ ସ୍ଥଳରୁ ହିଁ, ରଙ୍ଗ ଦେଖାଇବା ଆରମ୍ଭ କରିଦେଲେ କ୍ରିଟିକାଲ ବବି । ଆହତ ହୋଇଥିବା ଡ୍ରାମା ରଚି, ଘରୋଇ ଡାକ୍ତରଖାନାକୁ ବାଛିଲେ ବବି । ଆଉ ପୋଲିସର ରବର ଗୁଳିରେ ଆହତ ହୋଇଥିବା ଖବର ମଧ୍ୟ ଅନୁଗତଙ୍କ ଦ୍ୱାରା ସ୍ପ୍ରେଡ୍ କରିଲେ । ହେଲେ ବବିଙ୍କର ଏ ସୁନ୍ଦର କହାଣୀକୁ, ପାଣିଚିଆ କରିଦେଲା ପୋଲିସ୍ କମିଶନରଙ୍କ ଷ୍ଟେଟମେଣ୍ଟ ଏବଂ ଅନୁଗତ ନାତାମାନଙ୍କ ହସ । ଗୋଟେପଟେ କୌଣସି ରବର ବୁଲେଟ ଫାୟରିଂ ହୋଇ ନଥିବା ପୋଲିସ କମିଶନର କହିଥିବା ବେଳେ, ହସ୍ପିଟାଲର ଆଇ.ସି.ୟୁରେ ଅନୁଗତମାନଙ୍କ ଠୋ ଠୋ ହସ । ସବୁ ଖେଳ ବବିଙ୍କ ଭଣ୍ଡୁରୁ ହେଲା ।

ସୂଚନା ଅନୁଶାରେ, ପୋଲିସ୍ ଓ ବିଜେଡି ନେତାଙ୍କ ଧସ୍ତାଧସ୍ତି ସମୟରେ ଡ୍ୟାନିଙ୍କ ଗୋଡରେ ଆଘାତ ଲାଗିଥିଲା । ଯାହାପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଆଉ ଏହି ଖବର ଯେତେ ବେଳେ ବିଜୁଳି ବେଗର ବ୍ୟାପିବାରେ ଲାଗିଲା । ଏହାପରେ ବବି ତାଙ୍କ ଶଇତାନି ମୁଣ୍ଢରୁ କୁଆଡେ ଏକ ପ୍ଲାନ କଢିଥିଲେ । ଗଣମାଧ୍ୟମର ଲେନ୍ସକୁ ନିଜ ଆଡକୁ ବୁଲାଇବାକୁ, ଆହତ ହୋଇଥିବା ଖବର ଖେଳେଇଲେ । ଏବଂ ଏକ ଧଳା କପଡାକୁ ନିଜ ଗୋଡରେ ବାନ୍ଧି ଜଣେ କର୍ମୀଙ୍କ କାନ୍ଧରେ ହାତରଖି ଛୋଟେଇ ଛୋଟେଇ ଚାଲିବା ଆରମ୍ଭ କରିଲେ । ଆଉ ଏହାପରେ ଦଳର ପ୍ରଥମ ପସନ୍ଦ ଥିବା, ଏକ ଘରୋଇ ହସ୍ପିଟାଲକୁ ଉପଯୁକ୍ତ ସ୍ଥାନ ବୋଲି ଭାବିଲେ । ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି କି, ଡାନିଙ୍କୁ ଦେଖିକି ବବି ଏପରି ନାଟକ ରଚିଛନ୍ତି । ଆଉ ଡାନିଙ୍କ ସାଙ୍ଗରେ କାଳେ ବବି ବାଦ ବସେଇଛନ୍ତି । ଯେମିତି କି, ସବୁ ମାଇଲେଜ ଡାନିଙ୍କ ପାଖକୁ ନଯାଉ ।