ଅଷ୍ଟ୍ରେଲିଆ ଖେଳାଳି ବ୍ରୁସ ୟାର୍ଡଲୀଙ୍କର ପରଲୋକ

(ରିପୋର୍ଟସ ଟୁଡ଼େ)ଲଣ୍ଡନ : ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ୍ ବୋଲର, କୋଚ ତଥା ଭାଷ୍ୟକାର ବ୍ରୁସ ୟାର୍ଡଲୀଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ୨୦୧୬ରୁ କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁ ଖବର ମିଳିବା ପରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ୧୯୭୮ରୁ ୧୯୮୩ ମଧ୍ୟରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ୩୩ଟି ଟେଷ୍ଟ ୧୨୬ଟି ଓ୍ଵିକେଟ ଦଖଲ କରିଥିଲେ ।