ଅଭିନେତ୍ରୀ ଆଥିୟା ଶେଟ୍ଟୀ ଓ ଭାରତୀୟ କ୍ରିକେଟର କେଏଲ୍ ରାହୁଲଙ୍କ ଲଭ କେମେଷ୍ଟ୍ରି
ଅଭିନେତ୍ରୀ ଆଥିୟା ଶେଟ୍ଟୀ ଓ ଭାରତୀୟ କ୍ରିକେଟର କେଏଲ୍ ରାହୁଲଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି । ତେବେ ଏକ ବ୍ରାଣ୍ଡର ପ୍ରମୋଶନ୍ ଲାଗି ପ୍ରଥମ ଥର ଉଭୟ ଏକାଠି ହୋଇଛନ୍ତି ।
(ମୁମ୍ବାଇ) : ଅଭିନେତ୍ରୀ ଆଥିୟା ଶେଟ୍ଟୀ ଓ ଭାରତୀୟ କ୍ରିକେଟର କେଏଲ୍ ରାହୁଲଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଚାଲିଛି । ତେବେ ଏକ ବ୍ରାଣ୍ଡର ପ୍ରମୋଶନ୍ ଲାଗି ପ୍ରଥମ ଥର ଉଭୟ ଏକାଠି ହୋଇଛନ୍ତି । ନୁମି ପ୍ୟାରିସ୍ର ଗ୍ଲୋବାଲ୍ ଆମ୍ବାସଡର୍ ଭାବେ ଉଭୟଙ୍କୁ ଚୟନ କରାଯାଇଛି । ଏହା ଏକ ସମସାମୟିକ ତଥା ବିଳାସପୂର୍ଣ୍ଣ ଚଷମା ବ୍ରାଣ୍ଡ, ଯାହା ପ୍ୟାରିସ୍ର କଳା ଓ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ । ଆଥିୟା ନିଜ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ରାହୁଲଙ୍କ ସହ ଦମ୍ଦାର ତଥା ଷ୍ଟାଇଲିଶ୍ ଫଟୋ ଶେୟାର କରିଛନ୍ତି ।
ଫଟୋରେ ଏହି ଯୋଡ଼ି ଷ୍ଟାଇଲିଶ୍ ନୁମି ପ୍ୟାରିସ୍ ଚଷମା ପିନ୍ଧି ପୋଜ୍ ଦେଇଛନ୍ତି । ରାହୁଲ ମଧ୍ୟ ସମାନ ଫଟୋସବୁ ଶେୟାର କରିଛନ୍ତି । ନୁମି ପ୍ୟାରିସ୍ ଚଷମାରେ ଏକାକୀ ନିଜର ଫଟୋ ମଧ୍ୟ ଶେୟାର କରିଛନ୍ତି । ଇତିମଧ୍ୟରେ ନୁମି ପ୍ୟାରିସ୍ ନିଜର ଔପଚାରିକ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଆଥିୟା ଓ ରାହୁଲଙ୍କର ଭିଡିଓ ଶେୟାର କରିଛି, ଯେଉଁଥିରେ ବ୍ରାଣ୍ଡ ପାଇଁ ଉଭୟ ଫଟୋସୁଟ୍ କରୁଥିବା ନଜର ଆସିଛନ୍ତି ।