ଦିନ ଦ୍ୱିପ୍ରହରରେ ଡାକ୍ତରଙ୍କ ଘରୁ ଲୁଟିନେଲେ ୫ଲକ୍ଷ ଟଙ୍କା

ସୁନ୍ଦରଗଡ– ଦିନ ଦ୍ୱିପ୍ରହରରେ ଡାକ୍ତରଙ୍କ ଘରୁ ଲୁଟ ।ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ ସମ୍ମୁଖରେ ରହୁଥିବା ଡାକକ୍ତରଙ୍କ ଘରୁ ୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁବୃର୍ତ୍ତ ।ଡାକ୍ତର ଆକାଶ ଅଗ୍ରୱାଲ ସୁନ୍ଦରଗଡ ସରକାରୀ ଡାକ୍ତରଖାନାରେ ଦିନ ୧୨ ଟାରେ ଡିୟୁଟି ପାଇଁ ଯାଇଥିବାବେଳେ କିଛି ଦୁବୃର୍ତ୍ତ ତାଙ୍କ ଘରେ ପଶି ୫ଲକ୍ଷ ଟଙ୍କା ଲୁଟିନେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ ଚଳାଇଛି ।