ଅଭିନେତାଙ୍କୁ ପଛ ପଟୁ ବାଇକରେ ଧକ୍କା

ମୁମ୍ବାଇ: ବିଗ୍ ବସ ସିଜିନ ୧୩ତମ ସଂସ୍କରଣର ରନର୍ସଅଫ୍, ମଡେଲ ଓ ଅଭିନେତା ଆସିମ ରିୟାଜଙ୍କୁ ପଛ ପଟୁ ଜଣେ ବାଇକ୍ ଧକ୍କା ଦେଇଛି । ଯାହା ଫଳରେ ସେ ଗୁରୁତର ଭାବେ ଆହାତ ହୋଇଛନ୍ତି । ଏନେଇ ସୋସିଆଲ୍ ମିଡିଆରେ ନିଜେ ରିୟାଜ ସୁଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ସେ ଆହାତ ଥିବା ଫଟୋ ଏବଂ ଏକ ଭିଡିଓ ସେୟାର୍ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ରାସ୍ତାରେ ସାଇକେଲ୍ରେ ଯାଉଥିବା ସମୟରେ ହଠାତ୍ ଜଣେ ବାଇକ୍ ଆରୋହି ଆସି ଜାଣିଶୁଣିି ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ । ଯାହା ଫଳରେ ତଳେ ପଡିଯାଇଥିଲେ ଏବଂ ତାଙ୍କ ଆଣ୍ଠୁ, କହୁଣୀ, କାନ୍ଧ ଓ ପିଠିରେ ଗଭୀର ଖଣ୍ଡିଆ ହୋଇଯାଇଥିବା ଫଟୋରୁ ଦେଖିବାକୁ ମିଳିଛି । ତେବେ ଧକ୍କା ଦେଇଥିବା ବ୍ୟକ୍ତିଙ୍କ ବିଷୟରେ କିଛି ଜଣାପଡିପାହିଁ । ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ଦେଖିବା ପରେ ରିୟାଜଙ୍କ ପ୍ରଶଂସକ ମାନେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆରୋଗ୍ୟ କାମନା କରିଛନ୍ତି ।