ଅବକାରୀ ବିଭାଗର ଚଢାଉ, ୨୪୦ ଲିଟର ମଦ

ହିଞ୍ଜିଳି/ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବୁଡାଲୁଣ୍ଡି, ତଳ କୁମ୍ଭଝରି ଏବଂ ବିକାଶପୁର ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ। ୬ ହଜାର ୪୦୦ ଲିଟର ମଦ ପୋଚ, ୨୪୦ ଲିଟର ମଦ,୨ ଶହ ଲିଟର ବିଶିଷ୍ଟ ୩୨ଟି ପ୍ଲାଷ୍ଟିକ ଡ୍ରମ୍ ଜବତ ହୋଇଛି। ଏହା ସହ ଅନ୍ୟାନ୍ୟ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ତେବେ ଏହି ପାହାଡିଆ ଜଙ୍ଗଲ ଅଞ୍ଚଳକୁ ପରିବହନ ଅସୁବିଧା ହେତୁ ସେହି ସ୍ଥାନରେ ମଦ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । କୁକୁଡାଖଣ୍ଡି ତହସିଲଦାର କଲ୍ୟାଣି ସଙ୍ଘମିତ୍ରା, ବ୍ରହ୍ମପୁର ଆଇ ସଦର ଅର୍ଜୁନ ମଲ୍ଲିକ ଓ ବ୍ରହ୍ମପୁର ଆଇ ଡିଏସଏଫ୍‌ ମିହିର କୁମାର ସେଠୀଙ୍କ ତତ୍ଵାବଧାନରେ ଚଢାଉ କରାଯାଇଛି। ତେବେ ଏହି ମାମଲାରେ ଅବକାରୀ ବିଭାଗ କାହାକୁ ଗିରଫ କରିନାହିଁ। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।