ଭୁବନେଶ୍ୱର: ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ। ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପର୍ଥି ଆସାଇ ଥିଲେ ଅସିତ୍।
ସୂଚନା ଅନୁଯାୟୀ, ନିର୍ବାଚନରେ ସେତେବେଳର ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ସ୍ଥାନରେ ସଞ୍ଜୀବ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିଲା । ସେବେ ଠାରୁ ଯୁଗୋଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ମଧ୍ୟ ଆଶାୟୀ ଥିଲେ । କିନ୍ତୁ ୨୦୨୪ ପାଇଁ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା ହୋଇସାରିଛି । ତେବେ ପୌର ନିର୍ବାଚନରେ ମଧ୍ୟ ନିଜ ପାୱାର ଦେଖାଇଥିଲେ । ଏବେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ବିଜେଡିରେ ଶୃଙ୍ଖଳିତ କର୍ମୀଙ୍କ ସ୍ଥାନ ନାହିଁ । ସେ ୧୫ ବର୍ଷ ହେବ ଦଳ ପାଇଁ କାମ କରିଛନ୍ତି । କିନ୍ତୁ ଦୁର୍ନୀତିରେ ଫସିଥିବା ଲୋକଙ୍କୁ ଏଥର ପ୍ରାର୍ଥୀ କରିଛି ଦଳ, ତେଣୁ ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦ ଛାଡିଥିବା କୁହାଯାଉଛି ।