ଆସିକା ସାଂସଦଙ୍କୁ ମିଳିଲା ଶ୍ରେଷ୍ଠ ଜନପ୍ରତିନିଧି ଭାବେ ଜାତୀୟ ପୁରସ୍କାର

0

ଭୁବନେଶ୍ୱର : ସାଂସଦ ପ୍ରମିଳା ବିଷୋୟୀଙ୍କୁ ମିଳିଲା ଶ୍ରେଷ୍ଠ ଜନପ୍ରତିନିଧି ଭାବେ ଜାତୀୟ ପୁରସ୍କାର | ୧୯ତମ ଭାରତ ଅସ୍ମିତରେ ସମ୍ମାନିତ ହୋଇଛନ୍ତି | ପୁରସ୍କାର ଗ୍ରହଣ ପରେ ଆଜି ସେ ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନବୀନ ନିବାସରେ ସାକ୍ଷାତକାର ବେଳେ ସାଂସଦ ପ୍ରମିଳା ବିଶୋୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପୁରସ୍କାର ବାବଦକୁ ପାଇଥିବା ୨୫ ହଜାର ଟଙ୍କା ସେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି । ସାଂସଦ ପ୍ରମିଳା ବିଶୋୟୀ ଏମଆଇଟି ସ୍କୁଲ ସହଯୋଗରେ ମହାରାଷ୍ଟ୍ର ପୁଣେରେ ୟୁନେସ୍କୋ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାଂସଦଙ୍କୁ ସମ୍ମାନିତ କରାଯାଇଥିଲା ।