ଓଡିଶା ପ୍ରଶାସନିକ ପରୀକ୍ଷାରେ ୧୧୭ନମ୍ବର ଋ୍ୟାଙ୍କ ରେ ସଫଳତା ହାସଲ କଲେ ମହମଦ ଆସିଫ ଖାନ କ୍ଷ ସୀମାନ୍ତ ପଡିଆ ବ୍ଲକ ସଦର ଗ୍ରାମ ର ମହମଦ ଆଉବୁ ଖାନ ଙ୍କ ଚାରି ପୁତ୍ର ଗୋଟିଏ କନ୍ୟାଙ୍କ ମଧ୍ୟରୁ ଦ୍ୱିତୀୟ ପୁତ୍ର ମହମ୍ମଦ ଆସିଫ ଖାନ। ଆସିଫ ଛୋଟ ବେଳରୁ ତାଙ୍କର ପାଠ ପଢା ଆଗ୍ରହ ଦେଖି ବାପା ଅଭାବ ମଧ୍ୟରେ ତାଙ୍କୁ ପଡୋଶୀ ଛତିଶଗଡ ରାଜ୍ୟ କୋଣ୍ଟାରେ ପ୍ରଥମରୁ ତୃତୀୟ ପର୍ୟ୍ୟନ୍ତ ପାଠ ପଢ଼ାଇଥିଲେ, ଅର୍ଥ ଅଭାବରୁ ସେଠାରୁ ଆଣି ପଡିଆ ମଟୁମଗୁଡା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥରୁ ଷଷ୍ଠ ପର୍ୟ୍ୟନ୍ତ ପଢାଇ ପରେ ସପ୍ତମ ଶ୍ରେଣୀରେ ସଦର ମହକୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଭର୍ତ୍ତି କରିଥିଲେ, ଆସିଫ ବିଦ୍ୟାଳୟର ସମସ୍ତ ଶ୍ରେଣୀ ପରୀକ୍ଷା ରେ ପ୍ରଥମ ସ୍ଥାନ ରଖି ପାସ କରୁଥିଲେ, ଦଶମ ଶ୍ରେଣୀ ପରୀକ୍ଷା ରେ ଭଲ ନମ୍ବର ରଖି ପାସ କରିବା ପରେ ନବୋଦୟ ବିଦ୍ୟାଳୟରେ ପଢିବା ପାଇଁ ମନୋନୀତ ହୋଇ ଯୁକ୍ତ ଦୁଇ ଠାରୁ ଯୁକ୍ତ ତିନି ପଢ଼ିବା ପରେ ପରିବାରର ଆର୍ଥିକ ଅବସ୍ଥା ଦେଖି ପାଠ ପଢା ଛାଡି ବେଙ୍ଗୁଲୁର ଯାଇ ଏକ ଘରୋଇ କମ୍ପାନୀ ରେ କାର୍ୟ୍ୟ କରି ପରିବାର ପିତା ମାତା ଭାଇ ଭଉଣୀ ମାନଙ୍କୁ ବୋଝ ଉଠାଇ ଥିଲେ, ଏହାରି ମଧ୍ୟରେ ରେ ଆଇଏଏସ, ଇଚ୍ଛା କରିଥିଲେ କିନ୍ତୁ ଅର୍ଥ ବାଧକ ସାଜିଥିଲା ହେଲେ ବି ସେ ପଛ ଘୁଞ୍ଚା ଦେଇ ନଥିଲେ,ମୋବାଇଲ ସାହାଯ୍ୟ ରେ ଅନ ଲାଇନ ରେ ପଢ଼ି ଆଇପିଏସ ପରୀକ୍ଷା ଦେଇଥିଲେ, ସେଥିରେ ସଫଳ ହୋଇ ପାରି ନଥିଲେ, କିନ୍ତୁ ମନର ଦୃଢ଼ତା ତାଙ୍କୁ ଆଗକୁ ନେଇଥିଲା, ଏଥି ମଧ୍ୟରେ ତାଙ୍କର ପିତା ଆଉ ବୁ ଖାନ ଙ୍କ କିଡ୍ନୀ ଜନିତ ରୋଗ ରେ ପୀଡିତ ହୋଇ ଗଲେ ତାଙ୍କର ମନ ବଳ ଭାଙ୍ଗି ପଡି ଥିଲା,ପରେ ପିତା ମାତା ଙ୍କୁ ନିଜ ପାଖରେ ରଖି ବାପା ଙ୍କ ଚିକ୍ଷିତ୍ସା କରାଇବା କୁ କେବେ ଅବହେଳା କରି ନଥିଲେ, କମ୍ପାନୀ ରେ କାମ ସହ ସମୟ କାଢି ନିଜର ଓ ଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉ ଥିଲେ ଏବଂ ପରୀକ୍ଷା ଦେଇଥିଲେ, ଛଅ ସହ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ଆସିଫ ୧୧୭ନମ୍ବର ଋ୍ୟାଙ୍କ ରଖି ସଫଳତା ହାସଲ କରି ଗୌରବ ଅର୍ଜନ କରିଥିବାରୁ ମାଲକାନଗିରି ଜିଲ୍ଲା ର ସୀମାନ୍ତ ଅଞ୍ଚଳ ଗୌରଭ ଅନୁଭବ କରୁଛି, ଆସିଫ ପଡିଆ ବ୍ଲକ ର ଗୌରବ ଅର୍ଜନ କରିଥିବାରୁ, ତାଙ୍କର ପିତା ଆୟୁବ ଖାନ ମାତା ରେହମତ ବେଗମ ଏବଂ ସମସ୍ତ ପଡିଆ ଅଞ୍ଚଳ ବାସି ଖୁସି ହୋଇଥିବା ବେଳେ ପରିବାର କୁ ସୂବେଚ୍ଛା ସୁଅ ଛୁଟୁଛି, ଆସିଫ ପରୀକ୍ଷା ରେ ସଫଳତା ପାଇ କାର୍ଯ୍ୟରତ ଥିବା ହାଇଦ୍ରାବାଦ ଆଇଟିସି।

କମ୍ପାନୀ ରୁ ଘରକୁ ଫେରୁଛନ୍ତି, ଆସନ୍ତା କାଲି ସକାଳେ ନିଜ ଘର ପଡିଆ ରେ ପହଞ୍ଚିବେ, ତାଙ୍କର ଫେରିବା ବାଟ କୁ ପରିବାର ବର୍ଗ ସହ ଗ୍ରାମ ବାସି ମାନେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ତାଙ୍କର ପିତା ସାପ୍ତାହିକ ହାଟ ରେ ବୁଲି ବୁଲି ମହିଳା ମାନଙ୍କ ଇମିଟେସନ ର ପାଉଁଜି, କାନ ଫୁଲ , ସାମଗ୍ରୀ ବିକ୍ରି କରି ପରିବାର ପୋଷଣ କରୁଥିଲେ, ଦୀର୍ଘ ତିନି ବର୍ଷ ହେଲା କିଡ୍ନୀ ଜନିତ ରୋଗ ରେ ପୀଡିତ ହୋଇ ଏବେ ଡ଼ାଇଲୋସିସ ହେଉଛନ୍ତି ସମସ୍ତ ଖର୍ଚ୍ଚ ଆସିଫ ବହନ କରୁଥିବା ଜଣା ଯାଇଛି ।