ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା ଚିତ୍ରକଳାକୁ ୱାର୍ଲ୍ଡ ରେକର୍ଡ ଇଣ୍ଡିଆରେ ସ୍ଥାନ ମିଳିଛି

ଗୋପ( ଜୟନ୍ତ କୁମାର ସେଠୀ):ହକି ବିଶ୍ୱକପକୁ ନେଇ ଚଳଚଞ୍ଚଳ ଓଡିଶା । ସବୁଠାରୁ ବୃହତ ହକି ଷ୍ଟାଡିୟମ ହେଉଛି ି ରାଉଲକେଲା ହକି ଷ୍ଟାଡିୟମ । ଯେଉଁଠି ଚାଲିଛି ପୁରୁଷ ହକି ବିଶ୍ୱକପ ୨୦୨୩ । ଏହି ହକି ପାଇଁ ଓଡିଶାର ଶିଳ୍ପୀ ମାନେ ବିଭିନ୍ନ ବସ୍ତୁରେ ଅତି ସୁନ୍ଦର ଭାବରେ ହକି କପ୍ ତିଆରି କରିଛନ୍ତି । ଯେପରି କାଠରେ ତିଆରି ହୋଇଥିଲା ଛୋଟ ହକିବିଶ୍ୱକପ । ତେବେ ପୁଣି ଏହି ହକି ବିଶ୍ୱକପକୁ ବଲ ମାଧ୍ୟମରେ ସଜାଇ ଆନ୍ତର୍ଜାତୀୟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ଆଉ ଏକ ନୀଆରା ରେକର୍ଡ ସୃଷ୍ଟି କରିଛନ୍ତି । । ବାଲୁକା ଚିତ୍ର କଳା ରେ ସବୁଠୁ ବଡ ହକି ଷ୍ଟିକ୍ ନିର୍ମାଣକୁ ନେଇ ୱାର୍ଲ୍ଡ ରେକର୍ଡ ଇଣ୍ଡିଆର ଅଧିକାରୀ ହୋଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୱାର୍ଲ୍ଡ ରେକର୍ଡ ଇଣ୍ଡିଆ ପକ୍ଷରୁ ଏହି ସାର୍ଟିଫିକେଟ ଦିଆଯାଇଛି । ହକି ବିଶ୍ୱକପ୍ ଉଦ୍ଘାଟନ ଅବସରରେ କଟକ ମହାନଦୀ କୂଳରେ ସେ ଏହି ବିଶାଳ ହକି ଷ୍ଟିକ୍ ବାଲୁକା ଚିତ୍ରକଳା ନିର୍ମାଣ କରିଥିଲେ। ଏହି ବିଶାଳ ହକି ଷ୍ଟିକ୍ ବାଲୁକା ଚିତ୍ରକଳା ଟି ୧୦୫ ଫୁଟ୍ ଲମ୍ବା ଥିବା ବେଳେ ଏଥିରେ ୫ ହଜାର ହକି ବଲ କୁ ଲଗାଯାଇଥିଲା। ଗତ ୧୦ ତାରିଖ ରେ ଏହି ବାଲୁକା ଚିତ୍ର କଳା ଟିକୁ ନିର୍ମାଣ କରାଯାଇ ଥିଲା। ଏହି ବାଲୁକା ଚିତ୍ର କଳା ପ୍ରସ୍ତୁତି ରେ ସୁଦର୍ଶନ ପଟନାୟକ ଙ୍କ ୧୫ ଜଣ ଛାତ୍ର ସହଯୋଗ କରିଥିଲେ। ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁର୍ବରୁ ଅନେକ ବାଲୁକା ଚିତ୍ର କଳା ରେ ବହୁ ରେକର୍ଡ ର ଅଧିକାରୀ ହେଇଛନ୍ତି। ତେବେ ତାଙ୍କ ବାଲୁକା ଚିତ୍ରକଳାକୁ ୱାର୍ଲ୍ଡ ରେକର୍ଡ ଇଣ୍ଡିଆରେ ସ୍ଥାନ ମିଳିଥିବାରୁ ସେ ବହୁତ ଖୁସି ଥିବା ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି।