ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ଅଲବିରା ଅଗ୍ନିହୋତ୍ରିଙ୍କ କରୋନା ପଜିଟିଭ

ଅଭିନେତା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ଅଲବିରା ଅଗ୍ନିହୋତ୍ରି କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

(ମୁମ୍ବାଇ) : ସାରା ଦେଶରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଛି । ତେଣୁ ସଂକ୍ରମଣ ଦୈନିକ ବୃଦ୍ଧି ପାଉଛି । ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ଅଭିନେତା ପର୍ଯ୍ୟନ୍ତ ସମସ୍ତେ କରୋନା ଭାଇରସର ଶିକାର ହେଉଛନ୍ତି। ଏହାରି ମଧ୍ୟରେ ଅଭିନେତା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଏବଂ ଅଲବିରା ଅଗ୍ନିହୋତ୍ରି କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
ସଲମାନ ଖାନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅନେକ ଲୋକ କରୋନା ସଂକ୍ରମିତ ହେଉଥିବା ସେ ଶୁଣୁଥିଲେ ଏବଂ ଗତବର୍ଷ ତାଙ୍କର ଦୁଇ ଡ୍ରାଇଭର ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ସଲମାନ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ହୋଇଯାଇଛି।