ରାତି ଅଧରେ ସଶସ୍ତ୍ର ଡକାୟତି: ଡକାୟତଙ୍କ ମରଣାନ୍ତକ ଆକ୍ରମଣରେ ଦମ୍ପତି ଗୁରୁତର

କୋକସରା: ରାତି ଅଧରେ ଚୋରି । ରବିବାର ବିଳମ୍ବିତ ରାତିରେ କୋକସରା ବ୍ଲକ ଆମପାଣି ଥାନା ଅଧୀନରେ ଥିବା କାଉଡୋଳା ଗ୍ରାମର ସୁରଥ ସରାବୁଙ୍କ ଘରେ ସଶସ୍ତ୍ର ଡକାୟତି । ଡକାୟତଙ୍କ ମରଣାନ୍ତକ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଡକାୟତି ଖବର ପାଇ ଆମପାଣି ପୋଲିସ ରାତିରେ ପହଞ୍ଚି ତଦନ୍ତ ଜାରି ରଖିଛି। ଡକାୟତ ମାନେ ସୁନାଗହଣା ସହ ନଗଦ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି ଘରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ଅଚଳ କରିବା ସହ ହାର୍ଡଡିସ୍କକୁ ମଧ୍ୟ ଉପାଡି ନେଇ ଗ୍ରାମର କିଛିଦୂରରେ ଭାଙ୍ଗି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।ଘଟଣାସ୍ଥଳରେ ବର୍ତ୍ତମାନ ଧର୍ମଗଡ SDPO ଧିରଜ ଚୋପଦାର,ଜୁନାଗଡ଼ IIC ଉତ୍ତମ କୁମାର ସାହୁ,ଆମପାଣି ଥାନା ଅଧିକାରୀ ଚତ୍ରୁର୍ଭୁଜ ନାଏକ ଓ କୋକସରା ପୋଲିସ ଅଧିକାରୀ ପ୍ରସନ୍ନ ବେହେରା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଛାନବିନ ଜାରି ରଖିଥିବା ଦେଖିବାକୁ ମିଳିଛି।ତେବେ କେତେ ସୁନା ଓ ଟଙ୍କା ଲୁଟ କରିଛନ୍ତି ତାହା ଅସ୍ପଷ୍ଟ ରହିଛି।