ଏଆଇ ଭବିଷ୍ୟତ ସମ୍ପର୍କରେ ମିଳିତ ଆଲୋଚନା କରିବେ ମୋଦି-ମାକ୍ରୋନ..

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ୟାରିସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ.ଆଇ ଆକ୍ସନ ସମ୍ମିଳନୀରେ ଯୋଗଦେଇ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଏ.ଆଇ ଆକ୍ସନ ସମ୍ମିଳନୀ ସହ ଅଧ୍ୟକ୍ଷତା କରିବେ । ଏଆଇ ଉପରେ ଗୁରୁତ୍ୱରୋପ କରି ମୋଦି କହିଥିଲେ ଯେ ଏହା ଶିକ୍ଷା,ସ୍ୱାସ୍ଥ. କୃଷି ଏବଂ ଅନ୍ୟାନ୍ୟ ଜିନିଷରେ ଉନ୍ନତି ଆଣି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ସାହାର୍ଯ୍ୟ କରିପାରିବ । ସେ ଆହୁରୀ କହିଥିଲେ ‘ଏଆଇ ଏପରି ଏକ ବିଶ୍ୱ ସୃଷ୍ଟି କରିବାରେ ସାହାଯ୍ୟ କରିପାରିବ ଯେଉଁଥିରେ ବିକାଶ ଲକ୍ଷ୍ୟ ଆଡକୁ ଯାତ୍ରା ସହଜ ଏବଂ ଦ୍ରୁତ ହେବ।’ ଏହା କରିବା ପାଇଁ, ଆମକୁ ସମ୍ବଳ ଏବଂ ପ୍ରତିଭାକୁ ଏକାଠି କରିବାକୁ ପଡିବ। ଆମକୁ ଏପରି ମୁକ୍ତ-ଉତ୍ସ ବ୍ୟବସ୍ଥା ବିକଶିତ କରିବାକୁ ପଡିବ ଯାହା ବିଶ୍ୱାସ ଏବଂ ସ୍ୱଚ୍ଛତା ବୃଦ୍ଧି କରିବ। ଆମକୁ ଗୁଣାତ୍ମକ ଡାଟା ସେଟ୍ ସୃଷ୍ଟି କରିବାକୁ ପଡିବ ଯାହା ପକ୍ଷପାତ ମୁକ୍ତ ଥିବ।


ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋମବାର ପ୍ୟାରିସରେ ପହଞ୍ଚିଥିଲେ। ଅର୍ଲି ବିମାନବନ୍ଦରରେ ଅବତରଣ କରିବା ପରେ, ସେ ରାଷ୍ଟ୍ରପତି ମାକ୍ରନଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନ ପାଇଁ ଏଲିସି ପ୍ୟାଲେସକୁ ଯାତ୍ରା କରିଥିଲେ।


ସେପଟେ ମୋଦି ଗତକାଲି ନିଜ ‘ଢ’ରେ ପୋଷ୍ଟ କରି କହିଛନ୍ତି,”ପ୍ୟାରିସରେ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟି ଆନନ୍ଦିତ ।” ସେହିପରି ରାତ୍ରିଭୋଜନରେ ପ୍ରଧାନମନ୍ତ୍ରୀ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ମଧ୍ୟ ଭେଟିଥିବା ସୂଚନା ମିଳିଛି । ଏହି ଗସ୍ତରେ ଦୁଇ ଦେଶର ଦ୍ୱିପାକ୍ଷିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ବ ଦେଇଛନ୍ତି । ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଆଲୋଚନା ୨୦୪୭ ରୋଡମ୍ୟାପ୍ ଅଗ୍ରଗତିରେ ସହାୟକ ହେବ । ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ସୁଦୃଢ କରିବା ପାଇଁ ଏହା ଏକ ବ୍ୟାପକ ଯୋଜନା ହେବ ।