ଯୋରଦାର ହେବ ଭୁବନେଶ୍ୱର ଲୋକସଭା ଲଢେଇ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚଳିତ ନିର୍ବାଚନରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି ଭୁବନେଶ୍ୱର ଲୋକସଭା ଆସନ । ଏହି ଆସନରେ ଉଭୟ ବିଜେଡି ଓ ବିଜେପି ଦୁଇ ନୂଆ ମୁହଁଙ୍କୁ ଭରସା କରିଥିଲେ ମଧ୍ୟ ଲଢେଇ ଯୋରଦାର ହେବାକୁ ଯାଉଛି । ପୂର୍ବରୁ ବିଜେପି ଏହି ଆସନରେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିଲା । ଅପରାଜିତାଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟଦକ୍ଷତାକୁ ନେଇ ଭୁବନେଶ୍ୱର ବାସୀ ବେଶ ପରିଚିତ । ଅପରାଜିତାଙ୍କ ନାମ ଆସିବା ପରେ ସମସ୍ତିଙ୍କ ନଜର ଥିଲା ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ନାମ ଘୋଷଣା ଉପରେ ।
ଅପରାଜିତା ଜଣେ ଦକ୍ଷ ଓ ସ୍ୱଚ୍ଛ ପ୍ରଶାସିକା ଥିବାରୁ ଆଶା କରାଯାଉଥିôଲା ବିଜେଡି ମଧ୍ୟ ନିରପରାଧିକ ରେର୍କଡ ଥିବା ବ୍ୟକ୍ତିଙ୍କୁ ଖୋଜିବ । ଏଥିନେଇ ପୂର୍ବରୁ ରାଜନୈତିକ ବିଶେଷଜ୍ଞ ଅରୁପ ପଟ୍ଟନାୟକଙ୍କ ନାମ ଘୋଷଣା କରାଯିବ ବୋଲି ଆଶା କରୁଥିଲେ । କାରଣ ଅରୂପ ହେଉଛନ୍ତି ଜଣେ ପୂର୍ବତନ ଭାରତୀୟ ପୋଲିସ ପ୍ରଶାସକ । ସେ ମଧ୍ୟ ଦକ୍ଷ ଓ ସ୍ୱଚ୍ଛ ପ୍ରଶାସକଙ୍କ ମଧ୍ୟରୁ ଜଣେ ।
ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି । ବିଜେଡି ଏହି ଆସନରୁ ଅରୂପ ପଟ୍ଟନାୟକଙ୍କ ନାମ ଘୋଷଣା କରିଛି । ବିଜେଡି ଅରୂପଙ୍କୁ ସ୍ଥାନ ଦେଇଛି । ଏବେ ଦେଖିବାକୁ ରହିଲା ଏହି ଦୁଇ ଦକ୍ଷ ପୂର୍ବତନ ଅଧିକାରୀଙ୍କ ମଧ୍ୟରେ କାହାକୁ ବିଜୟଶ୍ରୀ ସଦୟ ହେବେ ।