(ପ୍ରିୟଦର୍ଶନୀ ସ୍ୱାଇଁ / ରିପୋଟରର୍ସ ଟୁଡ଼େ) ମୁମ୍ୱାଇ: ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି। । ତେଣୁ ଗତ କିଛି ଦିନ ହେବ ଏହି ପାୱାର କପଲ୍ଙ୍କୁ ଏକାଠି ଦେଖିବାକୁ ମିଳିନି। ବିଶ୍ୱକପ୍କୁ ଆଉ ଅଳ୍ପ କିଛି ଦିନ ରହିଯାଇଥିବା ବେଳେ ବିରାଟ ଏବେଠୁ ଟିମ୍ ସହ ପ୍ରାକ୍ଟିସ୍ରେ ବ୍ୟସ୍ତ ଅଛନ୍ତି। ଦିନିକିଆ ପରେ ବିରାଟ ବିଶ୍ୱକପ୍ ପାଇଁ ଇଂଲଣ୍ଡ ବାହାରିଯିବେ। ସେପଟେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଫିଲ୍ନ ସୁଟିଂରେ ବ୍ୟସ୍ତ ଅଛନ୍ତି ଆଉ ଏହି ସମୟରେ ବିଶ୍ୱକପ୍ ପୂର୍ବରୁ ବିରାଟ ଏବଂ ଅନୁଷ୍କାଙ୍କର ଏକ ଭିଡ଼ିଓ ଭାଇରାଲ୍ ହୋଇଛି ।
ଭିଡ଼ିଓରେ ଅନୁଷ୍କା ବିରାଟଙ୍କ ପାଖରେ ବସି ବୋଟ୍ ଚଲାଉଥିବାର ଦେଖିବାକୁ ମିଳୁଛି। ଦୁହେଁ ଏକଦମ୍ ଖୁସି ମୁଡ୍ରେ ଥିବା ସମୟରେ ଅନୁଷ୍କା ବୋଟିଂ କରିସାରିବା ପରେ ବିରାଟଙ୍କୁ ଖୁସି ଜାହିର କରିବାର ଦେଖିବାକୁ ମିଳୁଛି। ଅନୁଷ୍କା ଶର୍ମା ସଦାସର୍ବଦା ନିଜ ବ୍ୟକ୍ତିଗତ ଜୀବନକୁ ମିଡିଆରୁ ଦୁରେଇ ରଖିବାକୁ ପସନ୍ଦ କରନ୍ତି । ସେଥିପାଇଁ ସେ ଇଟ୍ଲି ଯାଇ ବିବାହ କରିଥିଲେ। ତଥାପି ବିରୁଷ୍କାଙ୍କର କିଛିଟା ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଯାଏ। ଯାହାକୁ ଦେଖି ବିରୁଷ୍କାଙ୍କ ପ୍ରଶଂସକମାନେ ଖୁସି ହୁଅନ୍ତି।
https://www.instagram.com/p/Bu6t3A1nO4i/?utm_source=ig_web_button_share_sheet