ନୂଆଦିଲ୍ଲୀ : ପୁଣି ଆମେରିକା ସ୍କୁଲରେ ଫୁଟିଲା ଗୁଳି । ୱିକୋସିନ ଅଞ୍ଚଳରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ଛାତ୍ର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ପୁଲିସର ଗୁଳିରେ ଆତତାୟୀର ଜୀବନ ଯାଇଛି । ଘଟଣା ପରେ ପୂରା ଅଞ୍ଚଳକୁ ସିଲ କରି ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁଯାୟୀ, ଗୁଳିମାଡ଼ କରିଥିବା ଅଭିଯୁକ୍ତ ଜଣକ ଏକ ଘରୋଇ ସ୍କୁଲର ୧୫ ବର୍ଷୀୟ ଛାତ୍ର । ଗୁଳିମାଡ଼ କରିଥିବା ଛାତ୍ର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଗୁଳିମାଡ଼ କ୍ଲାସରୁମ ଭିତରେ ହୋଇଥିଲା । ଗୁଳିମାଡ଼ ହେବା ପରେ ଅନ୍ୟ ଛାତ୍ର ପୋଲିସକୁ ସୂଚନା ଦେଇଥିଲେ । ଅଭିଯୁକ୍ତ ସମେତ ଜଣେ ଛାତ୍ର ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆବଣ୍ଡାଣ୍ଟ୍ ଲାଇଫ ଖ୍ରୀଷ୍ଟିଆନ୍ ସ୍କୁଲ ନାମକ ଏହି ସ୍କୁଲରେ କେଜିରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସ୍କୁଲରେ ପହଞ୍ଚିବା ବେଳକୁ ବହୁ ଛାତ୍ରଛାତ୍ରୀ ଗୁଳି ମାଡ଼ରେ ଆହତ ହୋଇ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ମାଡ଼ିସନ୍ ପୋଲିସ ଅଭିଯୁକ୍ତ ପରିବାର ସହ କଥା ହୋଇ ତଦନ୍ତ ଚଳାଇଛି । ଗୁଳିମାଡ଼ର କାରଣ ଜଣାପଡିନାହିଁ ।