ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୦୩୬ ଜଣ ସୁସ୍ଥ

ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ମାତ୍ରାଧିକ କମୁଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ କିନ୍ତୁ ଦୈନିକ ସଂକ୍ରମଣ କମିବାର ନାଁ ନେଉନି ।

(ଭୁବନେଶ୍ୱର) : ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ମାତ୍ରାଧିକ କମୁଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ କିନ୍ତୁ ଦୈନିକ ସଂକ୍ରମଣ କମିବାର ନାଁ ନେଉନି । ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୦୩୬ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧ ଜଣ ସୁସ୍ଥ ହୋଇଥିବା ବେଳେ ତା ପଛକୁ ରହିଛି ସୁନ୍ଦରଗଡ଼। ଏଠାରେ ୮୧୪ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସେହିପରି କଟକରୁ ମଧ୍ୟ ୭୧୮ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।