(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ୟେସ ବ୍ୟାଙ୍କ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କୁ ସମନ କରିଛନ୍ତି । ମନି ଲଣ୍ଡରିଂ ମାମଲାରେ ଅନିଲ ଅମ୍ବାନୀଙ୍କୁ ଡ଼କାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଅନୁସନ୍ଧାନ ସହ ଜଡ଼ିତ ଅଧଇକାରୀ ମାନେ ସୋମବାର ଏହା ନିଶ୍ଚିତ କରିଛନ୍ତି । ଇଡ଼ି ଅଧିକାରୀ କହିଛନ୍ତି ଯେ ଅନିଲ ଅମ୍ବାନୀଙ୍କୁ ମୁମ୍ବାଇ କାର୍ଯ୍ୟାଳୟକୁ ପଚାଉଚରା ପାଇଁ ଡ଼କାଯାଇଛି । ଦେଳାଳିଆ ପରିସ୍ଥିତିରେ ଥିବା ବ୍ୟାଙ୍କରୁ ବଡ଼ ଧରଣର ଋଣ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରିଲାଏନ୍ସ ଗ୍ରୁପ କମ୍ପାନୀ ସାମିଲ ହୋଇଛି ।
ସୂତ୍ରରୁ ଜଣାପଡ଼ିଛି ଯେ ଅନିଲ ଅମ୍ବାନୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହଜାର ହେବାକୁ ମନା କରି ଦେଇଛନ୍ତି ଏବଂ ଇଡ଼ି ଦ୍ୱାରା ଏକ ନୂତନ ତାରିଖ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଇଛି । ରିଲାଏନ୍ସ ଗ୍ରୁପ ଉପରେ ୟେସ ବ୍ୟଙ୍କର ୧୨,୦୦୦ କୋଟିରୁ ଅଧିକ ବକେୟା ରାଶି ପଡ଼ିରହିଛି । ୟେସ ବ୍ୟାଙ୍କ ଉପରେ ଆରବିଆଇ ନିୟନ୍ତ୍ରଣ ପରେ ରିଲାଏନ୍ସ ଗ୍ରୁପକୁ ଦିଆଯାଇଥିବା ଲୋନ ଉପରେ ପ୍ରଶ୍ନ ଉଠିଥିଲା ।
ଏହା ପରେ ରିଲାଏନ୍ସ ଗ୍ରୁପ କହିଛି ଆମ ପାଖରେ ୟେସ ବ୍ୟାଙ୍କର ଋଣ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ଏବଂ ସମ୍ପତ୍ତି ବିକ୍ରୟ କରି ଆମେ ଋଣ ପରିଶୋଧ କରିବୁ ।