ପୁଣି ଶ୍ରୀମନ୍ଦିର ମେଘନାଦ ପାଚେରୀରେ ତଡା ଯାଇଥିବା ମଗରମୁଖ ବସିଛି

ଭୁବନେଶ୍ୱର; ପୁଣି ଶ୍ରୀମନ୍ଦିର ମେଘନାଦ ପାଚେରୀରେ ତଡା ଯାଇଥିବା ମଗରମୁଖ ବସିଛି । ଡ୍ରେନ ମରାମତି ପାଇଁ ମେଘନାଦ ପାଚେରୀର ଦକ୍ଷିଣ ପାଶ୍ୱର୍ରେ ପାଣି ନିଷ୍କାସନ ଲାଗିଥିବା ମଗର ମୁଖକୁ ତଡା ଯାଇଥିଲା ।ଯେଉଁ ଘଟଣାକୁ ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା । ତେବେ ଏହାପରେ ଏଏସଆଇ ସହାୟତାରେ ମଗରମୁଖକୁ ପୁନଃସ୍ଥାପିତ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ମେଘନାଦ ପାଚେରୀର ପୂର୍ବ ଓ ପଶ୍ଚିମ ପାଶ୍ୱର୍ କାନ୍ଥରେ ଡ୍ରେନ୍ ପାଣି ଝୁରୁଛି । ଯାହାକୁ ମରାମତି କରାଯାଇ ନାହିଁ । ଅନବରତ ନର୍ଦ୍ଦମା ପାଣି ଝରୁଥିବାରୁ ପାଶ୍ୱର୍ ଦେଇ ଶ୍ରୀମନ୍ଦିରର ଡ୍ରେନ୍ ରହିଛି ଏପର୍ୟ୍ୟନ୍ତ ଏଏସ୍ଆଇ ମେଘନାଦ ପାଚେରୀ ସ୍ଥିତି ସର୍ଭେ କଲେ ନାହିଁ । ତେଣୁ ଏହାର ମରାମତି ଓ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।