ଆମେରିକା ବୁଲିବାକୁ ଯାଇ ବନ୍ଧା ହେଲେ ଭାରତୀୟ ମହିଳା

ଆମେରିକା ବୁଲିବାକୁ ଯାଇ ବନ୍ଧାହେଲେ ଭାରତୀୟ ମିହିଳା । ଆମେରିକାର ଏକ ଷ୍ଟୋରରୁ ପ୍ରାୟ $1,000 (ପ୍ରାୟ 1.1 ଲକ୍ଷ ଟଙ୍କା) ଚୋରି କରିବାର ଅଭିଯୋଗରେ ଗିରଫ ହୋଇଛନ୍ତି ଭାରତୀୟ ମହିଳା ଅନୟା ଆଭଲାନି । ମହିଳାଙ୍କ ଭିଡିଓ, ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ମହିଳାଙ୍କ ନାମ ଦେଇ ଭାରତୀୟମାନଙ୍କୁ ଟାର୍ଗେଟ କରିଥିଲେ। ସେ ପ୍ରାୟ 7 ଘଣ୍ଟା ଷ୍ଟୋର ଭିତରେ ବିତାଇଥିଲେ। ଜିନିଷ ଚୋରି କରିବା ପରେ, ସେ ଷ୍ଟୋରରେ ବୁଲୁଥିଲେ। ସେ ବହୁତ ସମୟ ପର୍ଯ୍ୟନ୍ତ ତାଙ୍କ ଫୋନରେ ଲାଗି ରହିଥିଲେ।

ତା’ପରେ ସେ ହଜାର ହଜାର ଡଲାର ମୂଲ୍ୟର ଜିନିଷ ନେଇ ଷ୍ଟୋରରୁ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ସମୟ  ମଧ୍ୟରେ ସେ ଧରାପଡ଼ିଥିଲେ। ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେଉଛି । ଭାରତୀୟ ବ୍ୟବହାରକାରୀମାନେ ସୋସିଆଲ ମିଡିଆରେ ମହିଳାଙ୍କ ଏହି କାର୍ଯ୍ୟକୁ ତୀବ୍ର ସମାଲୋଚନା କରୁଛନ୍ତି , ତାଙ୍କ କାର୍ଯ୍ୟକୁ ଲଜ୍ଜାଜନକ ବୋଲି କହୁଛନ୍ତି ।