ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର। ସୁକମା ଜିଲ୍ଲାର ଏରାବୋର ପୋଲିସ ଷ୍ଟେସନ ଅଞ୍ଚଳର ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ଏନକାଉଣ୍ଟର ଚାଲିଛି।ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ସୁରକ୍ଷା ବାହିନୀ ସକାଳୁ ଏକ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଅପରେସନ ସମୟରେ ସକାଳଠାରୁ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ର ଓଡିଶା ସୀମାରେ ବଡ ଏନକାଉଣ୍ଟରମାଲକାନଗିରି ସୀମା ଆରପଟେ ଯବାନ ମାଓବାଦୀ ଗୁଳି ବିନିମୟ ଆନ୍ଧ୍ରପ୍ରଦେଶ ପ୍ରଦେଶ ଆଲୁରୀ ସୀତାରାମରାଜୁ ଜଙ୍ଗଲରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏବେ ମଧ୍ୟ ଜାରି ରହିଛି ଗୁଳିବିନିମୟ ।