ପୁଣି ଆସୁଛି କୌନ ବନେଗା କରୋଡପତିରେ : ବିଗ୍‌ ବି

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଅମିତାଭ ବଚ୍ଚନ କେବେ ନଥକିବାର ଷ୍ଟାର ପାଲଟି ଯାଇଛନ୍ତି । ସେ ନିଜର ଲୋକପ୍ରିୟ ଶୋ , କୌନ ବନେଗା କରୋଡପତି ଗେମ୍‌ ଶୋ ରୁ ଏହା ସାବ୍ୟସ୍ତ କରିଛନ୍ତି ।

(ମୁମ୍ବାଇ) : ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଅମିତାଭ ବଚ୍ଚନ କେବେ ନଥକିବାର ଷ୍ଟାର ପାଲଟି ଯାଇଛନ୍ତି । ସେ ନିଜର ଲୋକପ୍ରିୟ ଶୋ , କୌନ ବନେଗା କରୋଡପତି ଗେମ୍‌ ଶୋ ରୁ ଏହା ସାବ୍ୟସ୍ତ କରିଛନ୍ତି । ଏବେ ବିଗ୍‌ ବି କେବିସିର ନୂଆ ସିଜନ ସହ ପୁଣି ଫେରୁଛନ୍ତି । ବିଗ୍‌ ବି ନିକଟରେ ଏହି ଶୋ ର ପ୍ରଥମ ପ୍ରୋମୋ ଭିଡ଼ିଓ ମଧ୍ୟ ସେୟାର କରି ଦେଇଛନ୍ତି ।

ଅମିତାଭ ବଚ୍ଚନ ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ କେବିସି ୧୩ର ପ୍ରଥମ ପ୍ରୋମୋ ଭିଡ଼ିଓ । ଏଥିରେ ଗୋଟିଏ ଗାଁର କାହାଣୀ ଦେଖା ଯାଇଛି ଗାଁର ସ୍କୁଲର ମରାମତି ପାଇଁ ୨୫ ଲକ୍ଷ ଟଙ୍କା ର ଆବଶ୍ୟକତା ରହିଛି । ଗାଁ ଲୋକେ ବହୁତ ବିଚାର ବିମର୍ଷ କରନ୍ତି , ହେଲେ ଏହି ରାଶି ସଂଗ୍ରହ କରିପାରନ୍ତି ନାହିଁ । ଏହି ଭିତରେ ଦିନେ ଟିଭିରେ ଅମିତାଭ ବଚ୍ଚନ କେବିସି କୁ ନେଇ ଡିଟେଲ୍ସ ସେୟାର କରୁଥିଲେ , ସେହି ସମୟରେ ଲୋକେଙ୍କ ମନରେ ଏକ ଭାବନା ଆସିଲା କି କେବିସି ହିଁ ସେହି ରାସ୍ତା , ଯେଉଁଠି ଜ୍ଞାନ ମାଧ୍ୟମରେ ଏକ ମୋଟା ଅଙ୍କର ରାଶି ହାସଲ କରାଯାଇ ପାରେ ଏବଂ ସ୍କୁଲର ନିର୍ମାଣ କରାଯାଇ ପାରିବ । ଯାହାକି ଆଗାମୀ ପିଢ଼ି ଜ୍ଞାନ ପାଇ ପାରିବେ । ବିଗ୍‌ ବି ଭିଡ଼ିଓ ସହ କ୍ୟାପସନରେ ଲେଖିଛନ୍ତି – ପୁଣି ଆସୁଛନ୍ତି …କେବିସିରେ …।