ବିଗ୍ ବି କହିଲେ ହୋମ୍ କ୍ୱାରେନଟାଇନ୍ କାରଗାର ସହିତ ସମାନ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ଥିଲେ । କିନ୍ତୁ ସେ ଏବେ ସ୍ୁସ୍ଥ ହୋଇ ଘରକୁ ଫେରିଛନ୍ତି । ଘରକୁ ଫେରି ସେ ହୋମ୍ କ୍ୱାରେନଟାଇନରେ ଅଛନ୍ତି । ତେବେ ଏହି ହୋମ୍ କ୍ୱାରେନଟାଇନ୍ କାରାଗାର ସହ ସମାନ ବୋଲି ସେ ଦର୍ଶାଇଛନ୍ତି । ସେ ନିଜ ବ୍ଲଗ ପୋଷ୍ଟରେ ଏ ସମ୍ପକ୍ରରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ, ଘରେ ଥାଇ ମଧ୍ୟ ନିଜ ଘର ଲୋକଙ୍କ ସହ କଥା ହେଇପାରୁ ନାହାନ୍ତି । ତାଙ୍କୁ ଫୋନରେ କଥା ହେବାକୁ ପଡୁଛି । ଏଥି ସହିତ ସେ କେବଳ ମେଡିକାଲ୍ ର ରୁଟିନ୍ କୁ ଅନୁକରଣ କରୁଛନ୍ତି ।
ସୁଚନା ଥାଉ କି ଅମିତାଭ ବଚ୍ଚନ ଜୁଲାଇ ୧୨ରେ କରୋନାରେ ଆକ୍ରାନ୍ତ ହୋଇ ନାନାବତି ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ । ଏଥିସହ ସେ ଅଗଷ୍ଟ ୨ ରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏନେଇ ସେ ଟୁଇଟ୍ କରି ସୁଚନା ଦେଇଥିଲେ । କିନ୍ତୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ମଧ୍ୟ ସେ ଅଲଗା ରହୁଥିବାରୁ ନିଜ ମନରେ ହେଉଥିବା ଦୁଃଖକୁ ନିଜ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ।