(ଦୀପକ ମିଶ୍ର)ଉଦଳା: ରୋଗୀ ଆଣିବା ନିମନ୍ତେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଆମ୍ବୁଲାନ୍ସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ଶରତ ରୁ ଉଦଳା ବ୍ଳକ ଜୟପୁର ପଂଚାୟତ ମାଶିଗାଁ ଗ୍ରାମକୁ ରୋଗୀ ଆଣିବା ନିମନ୍ତେ ଯାଉଥିଲା ଏକ ୧୦୮ ଆମ୍ବୁଲାନ୍ସ ଗାଡ଼ି । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍ ଖାଲକୁ ଓଲଟି ପଡ଼ିଛି । ଉଦଳା କପ୍ତିପଦା ରାସ୍ତାର ବାଉଁଶ ପାଳ ଛକ ନିକଟରେ ରାସ୍ତା ଠାରୁ ପ୍ରାୟ ୧୦ ଫୁଟ ତଳ ଖାଲକୁ ଓଲଟି ପଡ଼ିଛି ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ ସାମାନ୍ୟ ଆହାତ ହୋଇଥିବା ସୂଚନା ମିଳିଥିବା ବେଳେ ଡ଼୍ରାଇଭର ଏବଂ ହେଲପର ଅଳ୍ପକେ ବତ୍ତର୍୍ି ଯାଇଛନ୍ତି । ତେବେ କେଉଁ କାରଣରୁ ଆମ୍ବୁଲାନ୍ସଟି ଓଊଟିଲା ତାହା ଅସ୍ପଷ୍ଟ ରହିଥିବା ଜଣାଯାଇଛି ।