ଆଜିଠୁ ଜମ୍ମୁ-କାଶ୍ମୀରରେ ଖୋଲିବ ସରକାରୀ କାର୍ଯ୍ୟାଳୟ

(ମମତା ସାମଲ)ରିପୋର୍ଟସଟୁଡେ: ଜମ୍ମୁ-କାଶ୍ମୀରରେ ଥିବା ବିଭିନ୍ନ ସରକାରୀ କାର୍ୟ୍ୟାଳୟ ସମେତ ସଚିବାଳୟ ଆଜିଠାରୁ ଖୋଲିବ । କିନ୍ତୁ ସାଧାରଣ ଲୋକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ କେତେ ପରିମାଣରେ କୋହଳ କରାଯିବ ତାହା ଆଜିର ନମାଜ ପାଠ ପରେ ସ୍ଥିର କରାଯିବ । ରାଜଭବନର ଜଣେ ପ୍ରବକ୍ତା ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ରାଜ୍ୟପାଳ ସତ୍ୟପାଲ ମଲିକ ଗୁରୁବାର ଦିନ ସୁରକ୍ଷା ସ୍ଥିତି ଯାଂଚ କରିବା ପରେ ସରକାରୀ ସଚିବାଳୟ ସମେତ ଅନ୍ୟ କାର୍ୟ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ନମାଜ ପରେ ସରକାର ଏଠାକାର ସ୍ଥିତି ଉପରେ ନଜର ରଖିବେ । ଏହାପରେ ହିଁ ସାଧାରଣ ଲୋକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ କୋହଳ କରାଯିବା ନେଇ ଚିନ୍ତା କରାଯିବ ।
ରାଜ୍ୟପାଳ ଆହୁରି ମଧ୍ୟ ଅମରନାଥ ଯାତ୍ରା ବାବଦରେ ସମୀକ୍ଷା କରିଛନ୍ତି । ଯାହାକୁ ଔପଚାରିକ ଭାବେ ବନ୍ଦ କରାଯାଇଛି । ବୁଧବାର ଦିନ ଏକ ହେଲିକପ୍ଟର ଜରିଆରେ ଅମରନାଥର ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରାଯାଇଥିଲା ।