ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଅସୁସ୍ଥ

ବ୍ରଜରାଜନଗର : ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ସୋମବାର ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେଉଥିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଖ୍ୟ ଚିକିତ୍ସାଳୟରେ ଏକ ଡାକ୍ତର ଟିମ୍ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ତାଙ୍କ ହିମୋଗ୍ଲୋବିନ ମାତ୍ର ୬ ଥିବାରୁ ତୁରନ୍ତ ରକ୍ତ ଦିଆଯାଇଛି।