(ରିିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ) : ମାନସିକ ଚିନ୍ତାରୁ ମୁକ୍ତି : ଅନେକ ଲୋକ ମାନିଥାନ୍ତି ଯେ ମଦ ମାନସିକ ଚିନ୍ତାରୁ ମୁକ୍ତି ଦେଇଥାଏ । ସେଥିପାଇଁ ଆପଣ ଦେଖିଥିବେ ଯେତେବେଳେ ଲୋକେ ଚିନ୍ତାରେ ଥାଆନ୍ତି ସେତେବେଳେ ସେମାନେ ଆଲକୋହଲର ସାହାଯ୍ୟ ନେଇଥାଆନ୍ତି । କିନ୍ତୁ ଅତ୍ୟଧିକ ମଦ ପିଇବା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ ।
୨.ଥଣ୍ଡାରେ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ: ଶୀତ ଦିନରେ କେତେକ ଲୋକ ଉଷ୍ମତା ପାଇବା ପାଇଁ ମଦ ପିଇଥାଆନ୍ତି। ମଦ ରକ୍ତ କୋଶିକା ଭିତରେ ରକ୍ତପ୍ରବାହକୁ ତୀବ୍ର କରିଥାଏ ।
୩.ଭୋକ ବଢ଼ାଇଥାଏ: ଆଲକୋହଲ୍ ଆମାଶୟରେ ମଧ୍ୟ ରକ୍ତପ୍ରବାହକୁ ତୀବ୍ର କରିଥାଏ । ଯାହା ଦ୍ବାରା ମନୁଷ୍ୟର କ୍ଷୁଧା ବଢ଼ିଥାଏ ।
୪.ଓଜନ ବଢ଼ାଇଥାଏ: ଆଲକୋହଲ ଅଧିକ ମାତ୍ରାରେ କ୍ୟାଲୋରୀ ବିପାକ କରିଥାଏ ଯାହା ଦ୍ବାରା ଶରୀରକୁ ଅଧିକ ମାତ୍ରାରେ ଫ୍ୟାଟ୍ ମିଳିଥାଏ । ତେଣୁ ପତଳା ଲୋକଙ୍କୁ ନିଜ ଓଜନ ବଢ଼ାଇବାରେ ଏହା ସହାୟକ ହୋଇଥାଏ ।
୫.ଭଲ ନିଦ ହୋଇଥାଏ: ମଦ ପିଇବା ଦ୍ବାରା ଭଲ ନିଦ ହୋଇଥାଏ । ଏହା ଦ୍ବାରା ଶରୀରକୁ ଆରାମ ମିଳିଥାଏ ।