ଅକ୍ଷୟଙ୍କ ଏଡ୍ସ ଡାଇଲକକୁ ନେଇ ସୈଫ୍ ତଳେ ଗଡ଼ିଲେ

( ରିପୋଟ’ରର୍ସ ଟୁଡ଼େ):  ସମାଜକୁ ସଚେତନ କରିବା ପାଇଁ ବଲିଉଡ୍ ଖିଲାଡୀ ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି । ‘ଟଏଲେଟ୍ : ଏକ ପ୍ରେମ୍ କଥା’ ହେଉ ବା ‘ପ୍ୟାଡ୍ମ୍ୟାନ୍’ ହେଉ ଦୁଇଟି ଫିଲ୍ମରେ ସେ ଲୋକମାନଙ୍କୁ ବାହାରେ ଶୌଚ ହେବା ଏବଂ ମାସିକ ଧର୍ମ ସମୟରେ କିପରି ନିଜକୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ହେବ, ସେ ବିଷୟରେ ସଚେତନ କରାଇଥିଲେ । ଏବେ ଏଭଳି ଫିଲ୍ମ କରି ଲୋକମାନଙ୍କୁ ସଚେତନ କରାଉଥିବା ଅଭିନେତା ଅକ୍ଷୟ କୁମାର ଦିନେ ଏଡ୍ସକୁ ନେଇ ଆୟୋଜିତ ହୋଇଥିବା ଏକ କାର୍ୟ୍ୟକ୍ରମରେ କିଛି କହି ପାରି ନଥିବା ଜଣା ପଡ଼ିଛି ।
୧୯୯୪ରେ ‘ମେଁ ଖିଲାଡି ତୁ ଅନାଡି’ ଫିଲ୍ମର ପ୍ରମୋସନ ବେଳର କଥା । ସେଠାକୁ ଯିବା ପୂର୍ବରୁ ସେଠାରେ କେଉଁ ବିଷୟକୁ ନେଇ କାର୍ୟ୍ୟକ୍ରମ ରଖା ଯାଇଛି, ତାହା ଫିଲ୍ମର ପ୍ରଯୋଜକ ଜଣାଇ ନଥିଲେ । ଅକ୍ଷୟଙ୍କ ସହ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ଥିଲେ । ସେଠାରେ ପହଞ୍ଚିବା ପରେ ଜଣେ ଯୁବକ ଷ୍ଟେଜ୍ ଉପରକୁ ଆସି, ଏବେ ଅକ୍ଷୟ କୁମାର ଏଡ୍ସକୁ ନେଇ କିଛି କହିବେ ବୋଲି କହିଥିଲେ । ଯାହାକୁ ଶୁଣି ମୁଁ ଚମକି ପଡ଼ିଥିଲି । କ’ଣ କହିବି କ’ଣ ନ କହିିବି ବୋଲି ଭାବୁଥିବା ବେଳେ ସୈଫ୍ ମୋତେ ଦେଖି ମୁରୁକି ମୁରୁକି ହସିବାକୁ ଲାଗିଥିଲେ । ଏହା ପରେ ସେ ନିଜ ଫିଲ୍ମର ଟାଇଟଲ୍କୁ ନେଇ ଉତ୍ତର ରଖିଥିଲି । “ଦୋସ୍ତୋଁ, ଅନାଡି ମତ୍ ବନୋ । କଣ୍ଡୋମ ଇସ୍ତମାଲ କରୋ ଅଉର୍ ଖିଲାଡି ବନୋ” ବୋଲି କହିଥିଲି । ଯାହା ଶୁଣିବା ପରେ ସୈଫ୍ ଜୋର୍ରେ ହସି ତଳେ ଗଡ଼ି ଯାଇଥିଲେ ।
?