(ପ୍ରିୟଦର୍ଶନୀ ସ୍ୱାଇଁ/ରିପୋଟରର୍ସ ଟୁଡ଼େ)ଭୁବନେଶ୍ୱର : ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ପିଲ୍ମ କେଶରୀର ମେକିଂ ଭିଡିଓ। ଭିଡିଓରେ ଫିଲ୍ମର କାହାଣୀ ଓ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି ଖିଲାଡି ହିରୋ ଅକ୍ଷୟ କୁମାର । ଯୁଦ୍ଧ ସିନ୍ ସୁଟିଂ କରିବା ସବୁଠାରୁ କଷ୍ଟକର । ପାହାଡ ଉପରେ ଅଧିକ ଓଜନର ପଗଡି ପିନ୍ଧି ଯୁଦ୍ଧ କରିବା ତାଠାରୁ ଅଧିକ କଷ୍ଟକର ଥିଲା ବୋଲି କହିଛନ୍ତି ଅକ୍ଷୟ । ମାର୍ଚ୍ଚ ୨୧ରେ ରିଲିଜ୍ ହେବ ଫିଲ୍ମ କେଶରୀ। ସାରାଗଢୀ ଯୁଦ୍ଧକୁ ନେଇ ଫିଲ୍ମର କାହାଣୀ ପର୍ଯ୍ୟବେସିତ । ୧୮୯୭ ମସିହା ସେପ୍ଟେମ୍ବର ୧୨ ତାରିଖରେ ଇଂରେଜ ଓ ଆଫଗାନ ଓରକଜଇ ଜନଜାତିଙ୍କ ମଧ୍ୟରେ ଲଢେଇ ହୋଇଥିଲା। ସେତେବେଳେ ବ୍ରିଟିସ ସେନାରେ ୨୧ଜଣ ଶିଖ ସୈନିକ ଥିଲେ। ବ୍ରିଟିସ ସେନା ଉପରକୁ ୧୦ହଜାର ଆଫଗାନ୍ ସେନା ଆକ୍ରମଣ କରିଥିଲେ। ଶିଖଙ୍କ ନେତୃତ୍ୱ ନେଇଥିବା ହାବିଲଦାର ଇଶର ସିଂ ବୀରତ୍ୱର ସହ ଆଫଗାନ ସେନା ସହ ଲଢିଥିଲେ। ଫିଲ୍ମରେ ଇଶର ସିଂଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର। ପରିଣୀତି ଚୋପ୍ରା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ମାଣ ‘କିପ ଅଫ ଗୁଡ ହୋପ ଫିଲ୍ମସ୍ ଓ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ କରିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂହ।