ଆଜି ଓଡ଼ିଶାରେ ପହଞ୍ଚିବ ସହିଦ ଅଜିତଙ୍କ ପାର୍ଥୀବ ଶରୀର

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଓଡ଼ିଶା ଆସିବ ପୁଲୱାମା ଅରିହଲରେ ଆଇଡି ବ୍ଲାଷ୍ଟରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ ସାହୁଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କ ପାର୍ଥୀବ ଶରୀରକୁ କାମାଖ୍ୟାନଗର ସ୍ଥିତ ବଡସୁଆଁଳ ଗ୍ରାମକୁ ନିଆଯିବ । ଗତ ୧୭ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ଯବାନଙ୍କ ଗାଡ଼ି ଯିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଏଥିରେ ୨ଜଣ ଯବାନ ସହିଦ ହେବା ସହ ୭ଜଣ ଗୁରୁତର ହୋଇଥିଲେ । ଯେଉଁଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ। ସହିଦ ହୋଇଥିବା ଯବାନ ଅଜିତ ସାହୁ ଢେଙ୍କାନାଳ କାମାକ୍ଷାନଗରର ହୋଇଥିବା ସୂଚନା ମିଳିଥିଲା ।ଅଜିତଙ୍କ ସହିଦ ହେବା ଖବର ଶୁଣି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବଡ଼ସୁଆଳ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସହିଦ୍ ଅଜିତ ସାହୁଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି।୨୦୧୫ ମସିହାରେ ଅଜିତ ସେନାରେ ସାମିଲ ହୋଇଥିଲେ। କିଛି ଦିନ ତଳେ ତାଙ୍କୁ ଜମ୍ମୁ ଓ କଶ୍ମୀରକୁ ବଦଳି କରାଯାଇଥିଲା।