ନୂଆଦିଲ୍ଲୀ: ପାଇଲଟଙ୍କୁ କାର୍ଯ୍ୟରୁ ବରଖାସ୍ତ କରିଛି ଏୟାର ଇଣ୍ଡିଆ । ପାଇଲଟ ଜଣଙ୍କ ଏକ ଅନ୍ତର୍ଜାତୀୟ ବିମାନ ଉଡାଣ ସମୟରେ ମଦ୍ୟପାଦ କରିଥିଲେ । ବିମାନ ଭାରତରେ ପହଞ୍ଚିବା ପରେ ହୋଇଥିବା ପରୀକ୍ଷଣରୁ ଏହା ଜଣାନଡିଥିବା କୁହାଯାଉଛି । ଯାହା ପରେ କମ୍ପାନୀ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଗତ ସପ୍ତାହରେ ବିମାନଟି ଥାଇଲାଣ୍ଡର ଫୁକେରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଏୟାରଲାଇନ୍ସ ଏ ନେଇ କଡା ଆଭିମୁଖ୍ୟ ଗ୍ରହଣ କରି ପାଇଲଟଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ବିଚାର କରୁଛି ।
ସୂଚନା ଅନୁଯାୟୀ, ଘରୋଇ ବିମାନରେ କାମ କରୁଥିବା ପାଇଲଟ ଏବଂ କ୍ୟାବିନ କ୍ରୁଙ୍କର ଉଡାଣ ପୂର୍ବରୁ ବ୍ରେଥଲାଇଜର ଟେଷ୍ଟ ହୋଇଥାଏ । ଯେଉଁ ଥିରେ ୨୦୨୩ ରେ ପ୍ରଥମ ଛଅ ମାସରେ ୩୩ ଜଣ ପାଇଲଟ ଏବଂ ୯୭ ଜଣ କ୍ରୁ ସଦସ୍ୟ ଏହି ଟେଷ୍ଟରେ ବିଫଳ ହୋଇଥିଲେ ।