ମା’ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା

ରାୟଗଡା:ବିଷମ କଟକ(ରବିନ୍ଦ୍ର କୁମାର ସାହୁ) ରାୟଗଡ଼ା ଜିଲ୍ଲା ବିଷମ କଟକ ସ୍ଥିତ ମା ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ଼ସ୍ ସଚେତନତା କାର୍ୟ୍ୟକ୍ରମ ବିଶ୍ଵ ଏଡ଼ସ୍ ଦିବସ ଅବସରରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଉଦ୍ଘାଟନ କରିଥିଲେ। ରେଡ୍ ରିବନ୍ କ୍ଲବ୍ କାଉସିସିୟର ଶ୍ରୀ ଦୟାନିଧି ବାଙ୍ଗାରି, ଶ୍ରୀ ହରେ କୃଷ୍ଣ ପଣ୍ଡା, ଶ୍ରୀ ବିନୟ କୁମାର ମାଝି, ଶ୍ରୀ ରବିନ୍ଦ୍ର ନାରାୟଣ ଛନ୍ଦ, ଶ୍ରୀ ବନମାଳି ଗୌଡ ଏହି କାର୍ୟ୍ୟକ୍ରମକୁ ସହଯୋଗ କରି ସଫଲ୍ୟ ମଣ୍ଡିତ କରିଥଲେ । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସହରର ମୂଖ୍ୟ ରାସ୍ତାରେ ବାହାରି ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରଯାଇଥିଲା । ଏତତ୍ ବ୍ୟତୀତ ସ୍ବେଛାସେବୀ ମାନଙ୍କ ମଧ୍ୟରେ ତର୍କ,ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।