ଡିସେମ୍ବରରେ ଅଗ୍ନିବୀରଙ୍କ ଟ୍ରେନିଂ

୨୦୨୩ ମଝିରେ କାର୍ଯ୍ୟରେ ଯୋଗଦେବେ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଘୋଷଣାର ୩ ଦିନ ପରେ ଏହାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ କହିଛନ୍ତି। ଆବେଦନକାରୀମାନେ joinindianarmy.nic.in ରେ ଆବେଦନ କରିପାରିବେ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ନବନିଯୁକ୍ତ ଅଗ୍ନିବୀରଙ୍କ ଟ୍ରେନିଂ ଡିସେମ୍ବର ମାସରେ ଆରମ୍ଭ ହେବ। ପ୍ରଥମ ବ୍ୟାଚ୍ ରେଜିମେଣ୍ଟାଲ ସେଣ୍ଟରରେ ଯୋଗଦେବେ। ୨୦୨୩ ବର୍ଷ ମଝିରେ ନୂତନ ଅଗ୍ନିବୀରମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ନିଯୁକ୍ତି ପାଇବା ପରେ ସେମାନେ ସେନାରେ ୪ ବର୍ଷ ଧରି କାର୍ଯ୍ୟ କରିବେ। ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କୁ ଅବସର ଦିଆଯିବ। ବାକି ୨୫ ପ୍ରତିଶତଙ୍କ କାର୍ଯ୍ୟ ଦକ୍ଷତା, ଶାରୀରିକ ସୁସ୍ଥତାକୁ ଦେଖି ଚାକିରି କାଳକୁ ବୃଦ୍ଧି କରାଯିବ। ତେବେ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି କେନ୍ଦ୍ର ସରକାର ବୟସ ସୀମା ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ବୟସ ସୀମା କେଳବ ଚଳିତ ବର୍ଷ ପାଇଁ ଲାଗୁ ହେବ। ଏଣିକି ଆବେଦନକାରୀଙ୍କ ବୟସ ସୀମା ୧୭.୫ ରୁ ୨୩ ବର୍ଷ ହୋଇଥିବା ଆବଶ୍ୟକ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି।