ପୁଣି କରୋନାର ବିକଳ ଚିତ୍ର

(ରଜନୀ କାନ୍ତ ପାତ୍ର / ହିଞିଳି) ; ଗୋଟିଏ ପରିବାରର ମା ଝିଅ ମୃତ୍ୟୁ । ଶବକୁ କାନ୍ଧ ଦେଲେନି କେହି।ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟପୁର ଗାଁରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ ପରେ ଦୁଇ ଜଣ ସ୍ୱେଚ୍ଛାସେବୀ ଏବଂ ପୁଅ ଜ୍ୱାଇଁଙ୍କ ସାହାଯ୍ୟରେ ଘରୁ ଉଠିଲା ଶବ।କୋରନା ଆଶଙ୍କାରେ ପାଖ ମାଡିଲେନି ସାହି ପଡିଶା ।ପରିବାରର ପୁଅ ଜ୍ୱାଇଁ ପ୍ରଶାସନ କ ଅବଗତ ପରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା,ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ଉପସ୍ଥିତ ଶବ ସତ୍କାର କରାଯାଇଥିବା ସୂଚନା।।