ପୁଣି ଭଦ୍ରକରୁ ଜବତ ହେଲା ବ୍ରାଉନସୁଗାର

ଭଦ୍ରକ(ରିପୋର୍ଟର୍ସ ଟୁଡେ): ଭଦ୍ରକ ପାଲଟିଛି ବ୍ରାଉନ ସୁଗାର ବେପାରର ମୁଖ୍ୟ ଆଡ୍ଡା । ବାରମ୍ବାର ଏହି ଜିଲ୍ଲାରୁ ଧଳା ଜହର ବେପାରୀଙ୍କ ସହ ବିପୁଳ ପରିମାଣର ନଶାଦ୍ରବ୍ୟ ଜବତ ହୋଇଛି । ଆଜି ମଧ୍ୟ ଦୁଇ ଅଭିଯୁକ୍ତଙ୍କୁ ବ୍ରାଉନସୁଗାର ଚାଲାଣ ବେଳେ ଗିରଫ କରିଛି ଭଦ୍ରକ ପୁରୁଣାବଜାର ପୋଲିସ । ସନ୍ଥିଆ ବ୍ରିଜ ନିକଟରୁ ଦୁଇ ଅଭିଯୁକ୍ତଙ୍କ ସମେତ ମୋଲିସ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଜଣେ ଅଭିଯୁକ୍ତ ନଙ୍ଗାମହଲାର ଜମାଲୁଦ୍ଦିନ ଖାନ ହୋଇଥିବା ବେଳେ ନିଳକଣ୍ଠପୁରର ଏସକେ ରଫିକ । ବ୍ରାଉନସୁଗାର ସହ ଅଭିଯୁକ୍ତଙ୍କ ବାଇକ ଏବଂ ମୋବାଇଲ ଫୋନ ଜବତ କରିଛି ପୋଲିସ । ଏଥିସହ ପୁରୁଣାବଜାର ପୋଲିସ ଘଟଣାର ଅଧିକ ଖୋଳତାଡ ଜାରି ରଖିଛି ।