ପୁଣି ଡାକ୍ତରଙ୍କ ଉପରେ ଆକ୍ରମଣ, ଆନ୍ଦୋଳନ ଘୋଷଣା

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପଶ୍ଚିମବଙ୍ଗ ପରେ ଦିଲ୍ଲୀର ହନ୍ଦୁରାଓ ହସ୍ପିଟାଲରେ ଡାକ୍ତରଙ୍କ ଉପରେ ଆକ୍ରମଣ । ଏହାକୁ ନେଇ ଡାକ୍ତରମାନେ ଆନ୍ଦୋଳନରେ ବସିବେ ବୋଲି ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ଶନିବାର ରାତିରେ ଗମ୍ଭୀର ଅବସ୍ଥାରେ ଜଣେ ରୋଗୀକୁ ହସ୍ପିଟାଲକୁ ଅଣା ଯାଇଥିଲା । ହସ୍ପିଟାଲରେ ପହଁଚିବାର କିଛି ସମୟ ପେର ରୋଗୀର ମୃତ୍ୟୁ ହୋଇଯାଇଥିଲା । କାରଣ ରେଗୀର ଦୁଇଟି ଯାକ କିଡନୀ ଫେଲ୍ ହୋଇଥିଲା । ଏହାପରେ ରୋଗୀର ପରିବାର ଲୋକେ ଡାକ୍ତରଙ୍କ ଅବହେଳା କହି ଡାକ୍ତରଙ୍କୁ ଆକ୍ରମଣ କରିଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ଡାକ୍ତରଙ୍କ ଉପରକୁ ବାରମ୍ବାର ଆକ୍ରମଣ ହେଉଥିବାକୁ ନେଇ ଆନ୍ଦୋଳନ କରିବାକୁ ଡାକ୍ତରଖାନାର ଡାକ୍ତରର ମାନେ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ ଜୁନିୟର ଡାକ୍ତରଙ୍କ ଉପରେ ହମଲା ହୋଇଥିଲା । ଏନେଇ ଡାକ୍ତରମାନେ ଆନ୍ଦୋଳନରେ ବସିଥିଲେ । ଯାହାଫଳରେ ରୋଗୀଙ୍କର ଚିକିତ୍ସା ଠିକ୍ ଭାବେ ହୋଇ ପାରୁନଥିଲା ।