ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅନ୍ତର୍ଗତ ଶିଆଳି ଗ୍ରାମର ଘଟଣା । ଭାଗୀରଥୀ ନାୟକଙ୍କ ୨୭ ବର୍ଷୀୟ ଝିଅ ଜ୍ୟୋସ୍ନାରାଣୀ ନାୟକଙ୍କ ନିଖୋଜ ଅଭିଯୋଗ ହୋଇଥିଲା । ଫେବୃଆରୀ ୧୦ ତାରିଖ ଦିନ ସୋରୋ ଥାନାରେ ଝିଅ ହଜିଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ବାପା । ତଦନ୍ତ ମଧ୍ୟରେ ସେହି ଦିନ ସଂନ୍ଧ୍ୟା ସୁଦ୍ଧା ଅନଙ୍କାପଲ୍ଲୀ ଗ୍ରାମୀଣ ପୋଲିସ ଷ୍ଟେସନରୁ ନିଖୋଜ ଯୁବତୀ ମିଳିଥିବା ଟେଲିଫୋନ ଯୋଗେ ସୂଚନା ଆସିଥିଲା । ତେବେ ଏନ୍ଏଚ୍-୧୬ ନିକଟ ସଙ୍କାରାମ ଗ୍ରାମ ବସଷ୍ଟାଣ୍ଡରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର ହୋଇଥିବା ଜଣାପଡିଥିଲା ।

ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାଲେଶ୍ୱର ଏସ୍ପିଙ୍କ ନେତୃତ୍ୱାଧୀନରେ ଏକ ଟିମ୍ ଘଟଣାର ତଦନ୍ତ କରିଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ôଚ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଥିଲା । ଜାଣିବାକୁ ପାଇଥିଲେ ଯେ ପୀଡିତା ଗୁରୁତର ଆହତ ଅବସ୍ଥାରେ ଏନଟିଆର, ହସ୍ପିଟାଲ, ଆନାକାପଲ୍ଲୀରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ, ଯୁବତୀ ଜଣଙ୍କୁ ଅପହରଣ କରାଯାଇଥିଲା । ବୋଲେରୋ ପିକଅପ୍ ଗାଡିରେ ନିଶିକାନ୍ତ ମହାଳିକ ଓରଫ କଟିୟା ତାଙ୍କୁ ଅପହରଣ କରିଥିବା ପୀଡିତା ପ୍ରକାଶ କରିଛନ୍ତି । ବାଟରେ ତାଙ୍କୁ ଦୁର୍ବବ୍ୟବହାର କରିଥିଲା ଉକ୍ତ ଯୁବକ । ହେଲେ ଅଭିଯୁକ୍ତ ଜଣକ ତାଙ୍କ ଗାଡି ସାଙ୍କାରାମ ଗ୍ରାମ ନିକଟରେ ଘଐ-୧୬ ପାର୍ଶ୍ୱରେ ରଖି ମୋବାଇଲକୁ ଛଡ଼ାଇ ନେଇଥିଲା। ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତକୁ ଧରିବା ସହ ଅପରାଧରେ ବ୍ୟବହୃତ ବୋଲେରୋ ଏବଂ ଯୁବତୀଙ୍କ ମୋବାଇଳ ଜବତ କରାଯାଇଛି ।

ତା’ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରି ସତ ଜାଣିପାରି ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ପୀଡିତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭାଇଜାଗ ସ୍ଥିତ କେଜିଏଚ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପରବର୍ତ୍ତୀ ତଦନ୍ତ ଜାରି ରହିଛି ।