ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ନୂଆମହନ୍ତ ହେଲେ ରବୀନ୍ଦ୍ର ପୁରୀ

0

ପ୍ରୟାଗରାଜ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ କିଏ ହେବ ଅଖିଳ ଭାରତୀୟ ଆଖଡ଼ା ପରିଷଦର ନୂଆ ମୁଖ୍ୟ ଯାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ଏହି ଚର୍ଚ୍ଚାର ଅନ୍ତ ହୋଇଛି । ରବୀନ୍ଦ୍ର ପୁରୀ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ସୋମବାର ଦିନ ପ୍ରୟାଗରାଜର ଦାରାଗଞ୍ଜ ନିରଂଜନି ଆଖଡ଼ାରେ ଅନୁଷ୍ଠିତ ବୈଠକରେ ମହନ୍ତ ରବିନ୍ଦ୍ର ପୁରୀଙ୍କୁ ସ୍ୱୀକୃତିପ୍ରାପ୍ତ ୧୩ଟି ଆଖଡ଼ା ମଧ୍ୟରୁ ୭ଟି ଆଖଡ଼ା ପକ୍ଷରୁ ନିର୍ବାଚିତ କରାଯାଇଥିଲା । ସୂଚନାଅନୁଯାୟୀ ଆଖଡ଼ା ପରିଷଦର ଅଧ୍ୟକ୍ଷ ଥିବା ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ସାଧୁମାନଙ୍କ ବୃହତ୍ତମ ସଂଗଠନ ଆଖଡ଼ା ପରିଷଦର ଅଧ୍ୟକ୍ଷ  ପଦ ଖାଲି ପଡ଼ିଥିଲା । ଏହାକୁ ନେଇ ଆ୍ଖଡ଼ା ପରିଷଦମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ମଧ୍ୟ ଚାଲିଥିଲା । ଏହାକୁ ନେଇ ଆଖଡ଼ା ପରିଷଦମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ମଧ୍ୟ ଚାଲିଥିଲା । ଆଖଡ଼ା ପରିଷଦର ପୃଷ୍ଠପୋଷକ ମହନ୍ତ ହରି ଗିରିଙ୍କ ତରଫରୁ ପ୍ରୟୋଗରାଜଠାରେ ଥିବା ନିର୍ମଲ ଆଖଡ଼ାରେ ପରିଷଦର ଏକ ବୈଠକ ଡ଼କାଯାଇଥିଲା ଆଉ ଏଥିରେ ରବିନ୍ଦ୍ର ପୁରୀଙ୍କୁ ମନୋନୀତ କରାଯାଇଥିଲା ।