ପୁରୀ(ଜୟନ୍ତ କୁମାର ସେଠୀ):ଆଜି ଶ୍ରୀମନ୍ଦିର ଉଭାଯାତ୍ରା। ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରାଯାଇଥିଲା।ରାତି ପାହିଲେ ମହାପ୍ରଭୁଙ୍କ ଘୋଷ ଯାତ୍ରା। ତେବେ ତିନି ରଥ ନିର୍ମାଣ ଶେଷ ହୋଇଥିବା ବେଳେ ଆଜି ରଥ ତ୍ରୟକୁ ଶ୍ରୀମନ୍ଦିର ସିଂହ ଦ୍ଵାରକୁ ନିଆଯାଇଛି। ଭକ୍ତ, ପୋଲିସ୍, ସେବାୟତ ମିଶି ତିନିରଥକୁ ଟାଣି ଶ୍ରୀମନ୍ଦିର ସମ୍ମୁଖରେ ଲଗାଇଛନ୍ତି ।ସକାଳେ ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞା ମାଳ ରଥଖଳାକୁ ବିଜେ କରିଥିଲା। ପରେ ରଥଟାଣିବା ଆରମ୍ଭ ହୋଇଥିଲା। ତେବେ ଚଳିତବର୍ଷ ଭକ୍ତ ଗହଣରେ ରଥଯାତ୍ରା ହେଉଥିବାରୁ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଗତ ଦୁଇବର୍ଷ କୋଭିଡ ମହାମାରୀ ଯୋଗୁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠତ ହୋଇଥିଲା।