ଖୁବ୍ ଶୀଘ୍ର ଏକ ହରର୍ ଫିଲ୍ମ ସୁଟିଂ କରିବେ ପ୍ରଭାସ

ସୁପରଷ୍ଟାର ପ୍ରଭାସ ସାଉଥ୍ ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଫ୍ୟାନଙ୍କୁ ମତୁଆଲା କରି ରଖନ୍ତି ।

(ମୁମ୍ବାଇ) : ସୁପରଷ୍ଟାର ପ୍ରଭାସ ସାଉଥ୍ ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଫ୍ୟାନଙ୍କୁ ମତୁଆଲା କରି ରଖନ୍ତି । ଖୁବ୍ ଶୀଘ୍ର ଏକ ହରର୍ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ରାଜା ଡିଲକ୍ସ’ ରଖାଯାଇଛି। ସେ ଅଗଷ୍ଟ ମାସରୁ ‘ରାଜା ଡିଲକ୍ସ’ର ସୁଟିଂ ଆରମ୍ଭ କରିବେ ବୋଲି କୁହାଯାଉଛି।

ଏହି ଫିଲ୍ମରେ ମାଲଭିକା ମୋହନନ୍ ମୂଖ୍ୟ ଭୂମିକାରେ ନଜର ଆସିବେ। ସେ ଖୁବ୍ ଶୀଘ୍ର ପ୍ରଭାସଙ୍କ ସହିତ ସ୍କ୍ରିନ୍ ସେୟାର୍ କରିବେ। ଏହି ବଡ ପ୍ରୋଜେକ୍ଟରେ କାମ କରିବାକୁ ମାଲଭିକା ବହୁତ ଉତ୍ସାହିତ ଅଛନ୍ତି।

 

ଫିଲ୍ମର ସୁଟିଂ ପୂର୍ବରୁ ଜୁନ୍ ମାସରେ ଆରମ୍ଭ ହେବାର ଥିଲା କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ପ୍ରଭାସ ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଫିଲ୍ମ ବ୍ୟତୀତ ପ୍ରଭାସ ଦୁଇ-ତିନୋଟି ବଡ ବଜେଟ୍ ଫିଲ୍ମରେ କାମ କରୁଛନ୍ତି, ଯେଉଁଥିପାଇଁ ସେ ବହୁତ ବ୍ୟସ୍ତ ଅଛନ୍ତି।