୬ ବର୍ଷ ପରେ ପୁଣୀ ଥରେ ଆରମ୍ଭ ହେଲା ମା କତମାଶୁଣିଙ୍କ ଯାତ୍ରା।ଢ଼େଙ୍କାନାଳ ଜିଲ୍ଲା ବାଲିମି ଥାନା ଝାଡ଼ବନ୍ଧ ଗ୍ରାମରେ ଦୀର୍ଘଦିନ ଧରି ଚାଲିଥିବା ମା କତମାଶୁଣିଙ୍କ ଯାତ୍ରା ଯାହାକି ଝାଡବନ୍ଧ ପୌଷ ମହୋତ୍ସବ ଭାବେ ଅଞ୍ଚଳରେ ବେଶ୍ ପରିଚିତ। ଦୀର୍ଘବର୍ଷ ଧରି ଚାଲିଥିବା ଏହି ଯାତ୍ରା ଗୋଷ୍ଠୀ ବିବାଦ ପାଇଁ ୬ ବର୍ଷ ଧରି ବନ୍ଦ ରହିଥିଲା। ଶେଷରେ ପ୍ରଶାସନ ଶାନ୍ତି କମିଟି ଗଠନ କରି ଯାତ୍ରା କରିବା ପାଇଁ ଅନୁମତି ଦେଇଥିଲା। ଫଳରେ ଗ୍ରାମର ହଜାର ହଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ମା କତମାଶୁଣିଙ୍କ କଳସ ଯାତ୍ରା ପ୍ରସେଶନ କରି ଗ୍ରାମ ପରିକ୍ରମା କରି ମା କତମାସୁଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ। ନିମବାହାଳି ଜୋରରୁ ପାଖାପାଖି ୬୦୦ ରୁ ଉର୍ଦ୍ଧ୍ବ ମହିଳା ଏହି କଳସୀ ଯାତ୍ରାରେ ସାମିଲ ହୋଇଥିଲେ। ବହୁ ପ୍ରତିକ୍ଷୀତ ମା କତମାସୁଣୀଙ୍କ ଯାତ୍ରା ପାଇଁ ଗ୍ରାମବାସୀଙ୍କ ଖୁସି କହିଲେ ନ ସରେ। ଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।