ବିଷମ କଟକ ଠାରେ ଅତିରିକ୍ତ ଜିଲ୍ଲାଜର୍ଜ କୋର୍ଟ ଉଦ୍ଘାଟିତ

0

 ରାୟଗଡ଼ା ଜିଲ୍ଲା ବିଷମ କଟକ ଠାରେ ନୂତନ ଭାବେ ଅତିରିକ୍ତ ଜିଲ୍ଲାଜର୍ଜ୍ କୋର୍ଟ ଆଜି (ବୁଧବାର) ଉଦ୍ଘାଟିତ ହୋଇଯାଇଛି ।ଏହାକୁ ଓଡିଶା ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚକ୍ରଧର ସରଣ ସିଂ ଭିଡିଓ କଫରେନ୍ସ ମାଧ୍ୟମ ରେ ବୁଧବାର ପୂର୍ବାହ୍ନ ୯ ଘଣ୍ଟା ୪୫ ମିନିଟ ରେ ଉଦ୍ଘାଟନ କରିଛନ୍ତି ।ସେଠାରେ ହାଇକୋର୍ଟ ର ଜର୍ଜ ଏ :କେ: ମହାପତ୍ର ଉପସ୍ଥିତ ରହିଥିଲେ ।

ଏହି ଉତ୍ସବ ରେ ରାୟଗଡ଼ା ଜିଲ୍ଲା ଜର୍ଜ ସତ୍ୟନାରାୟଣ ଷଡ଼ଙ୍ଗୀ , ରାୟଗଡ଼ ଜିଲାପାଳ ପାରୁଲ ପାଟବାରୀ ଏସ :ପି ଏସ :ସ୍ଵାତୀ, ନୂତନ ଭାବେ ଦାୟିତ୍ୱ ନେଇଥିବା ନୂତନ ADJ ବିଷମ କଟକ ସିଦ୍ଧାର୍ଥ ସାହୁ ରାୟଗଡ଼ା ର ସରକାରୀ ଓକିଲ ଅଜିତ ପଟନାୟକ , ରାୟଗଡ଼ା ଓକିଲ ସଂଘ ର ସଭାପତି ଟୁଟୁ ଦାସ, ଗୁଣପୁର ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ସାହୁ ଗଣପତି ରାଓ ରମେଶ ଲିମା କୃଷ୍ଣ ସେନାପତି ବିଷମ କଟକ ଓକିଲ ସଂଘ ର ସଭପତି ଚନ୍ଦ୍ର ମୌଳି ପଟ୍ଟନାୟକ ସମ୍ପାଦକ ସନ୍ତୋଷ ପଣ୍ଡା ,S. ବାବୁରାଓ, ସଦାନନ୍ଦ ପଣ୍ଡା, କୃଷ୍ଣ ଚନ୍ଦ୍ର ସାହୁ, ରାଜ କିଶୋର ସାହୁ, ଜି. ତ୍ରିମୁଳା କୁମାର,ଚିନା ପଟ୍ଟନାୟକ, ମୋନଜ ପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, ରାମ ମିନିଆକକ୍ଷ, କୁନା ରଥ, ପ୍ରଦୀପ ଗୁଡଲା, ଗୋପାଳ ପଟ୍ଟନାୟକ , ବିଷମ କଟକ ଏସ ଡି ପି ଓ ସନ୍ତଶିନୀ ଓରାମ ବିଷମ କଟକ ଥାନା ଅଧିକାରୀ ସୂର୍ୟ୍ୟ ଚନ୍ଦ୍ର ପାଢି , ମୁନିଗୁଡା iic ସୌଦାମିନୀ ବେହେରା ଚନ୍ଦ୍ରପୁର iic ଧରଣୀଧର ପ୍ରଧାନ,ଓ ଅମ୍ବ। ଦଲା iic କଳ୍ପନା ବେହେରା, ଓ ବିଭିନ୍ନ କୋର୍ଟ ର ଓକିଲ ଓ ମହକିଲ ଉପସ୍ଥିତ ରହିଥିଲେ। ଏହି କୋର୍ଟ ରେ ପ୍ରଥମ ଅତିରିକ୍ତ ଜିଲ୍ଲାଜର୍ଜ୍ ଭାବେ ସିଦ୍ଧାର୍ଥ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହି ନୂତନ ଅତିରିକ୍ତ ଜିଲ୍ଲାଜର୍ଜ୍ କୋର୍ଟ ରେ ବିଷମ କଟକ ମୁନିଗୁଡା ଚନ୍ଦ୍ରପୁର ଓ ଅମ୍ବା ଦ ଲା ଏହି ୪ଟି ଥାନା ର ବିଭିନ୍ନ ମାମଲା ବିଚାର କରାଯିବ । ଏଥି ପୂର୍ବ ରୁ ଏହି ସବୁ ଥାନା ଗୁଡ଼ିକର ମାମଲା ଗୁଣପୁର ରେ ବିଚାର କରାଯାଉଥିଲା । ଏହି କୋର୍ଟ କୁ ୩୩୯ ଟି ମାମଲା ଗୁଣପୁର କୋର୍ଟ ରୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଏହି କୋର୍ଟ ପ୍ରତିଷ୍ଠା ହେଲେ ରାୟଗଡ଼ା ଜିଲ୍ଲା ର ବିଷମ କଟକ, ମୁନିଗୁଡା ଚନ୍ଦ୍ରପୁର ଓ ଅମ୍ବା ଦ ଲା ଏହି ୪ଟି ଥାନା ର ବହୁ ମୋହକିଲ୍ ଉପକୃତ ହେବେ । ଏହା ସହ ଏହି ଏ ଡିଜେ କୋର୍ଟ ନିର୍ମାଣ ରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ବିଷମ କଟକ ର ପୂର୍ବତନ ବିଧାୟକ ଜଗନ୍ନାଥ ସାରକା ଙ୍କ ଅବଦାନ ଥିବା ବାର ସଂଘ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା କହିବା ସହ ଧନ୍ୟବାଦ ଜଣାଇଛନ୍ତି ।