ରାଜ୍ୟ ସରକାରଙ୍କ ବଡ ଘୋଷଣା : ଋତୁସ୍ରାବ ପାଇଁ ବର୍ଷକୁ ଅତିରିକ୍ତ ୧୨ ଦିନ ଛୁଟି

0

ବ୍ୟୁରୋ : ଋତୁସ୍ରାବ ପାଇଁ ମହିଳାଙ୍କୁ ଅତିରିକ୍ତ ୧୨ ଦିନ ଛୁଟି ଦିଆଯିବ । ସରକାରୀ ମହିଳା କର୍ମଚାରୀଙ୍କୁ ଅତିରିକ୍ତ ସାମୟିକ ଛୁଟି ମିଳିବ । ପ୍ରତି ମାସକୁ ଗୋଟିଏ ଦିନ ହିସାବରେ ବର୍ଷକୁ ମୋଟ୍ ୧୨ ଦିନ ଛୁଟି ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ମହିଳା କର୍ମଚାରୀ ଛୁଟି ନେଇପାରିବେ ବୋଲି ଘୋଷଣା କରାଯାଇଛି ।